ଯୋଡ଼ାରେ ତୃଣମୂଳ ଫୁଟ୍ବଲ୍ ଗତିଶୀଳ

SHARE NOW :
ଯୋଡ଼ା,(ଲାଇଭ ଓଡ଼ିଶା ନ୍ୟୁଜ୍): ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷୁଦ୍ର ସହରଗୁଡ଼ିକ ଦେଶର କ୍ରୀଡ଼ା ଦୃଶ୍ୟପଟ୍ଟରେ ବେଶ ଧ୍ୟାନ ଆକର୍ଷଣ କରୁଛନ୍ତି । ବାଇଚୁଙ୍ଗ ଭୁତିଆ ଓ ଡାଙ୍ଗମେଇ ଗ୍ରେସ୍ଙ୍କ ଭଳି କ୍ରୀଡ଼ାବିତମାନେ ପ୍ରତିବନ୍ଧକରୁ ଆଗକୁ ବଢ଼ି ବର୍ଣ୍ଣନାତୀନ ଭାରତକୁ ବିଶ୍ୱ ଫୁଟବଲ୍ ମାନଚିତ୍ରରେ ସ୍ଥାନିତ କରିଛନ୍ତି ।
ସରକାର ମଧ୍ୟ ଗ୍ରାମୀଣ ପ୍ରତିଭାମାନଙ୍କ ପ୍ରସାର ଉପରେ ଗୁରୁତ୍ୱାରୋପ କରୁଥିବାରୁ କ୍ରୀଡ଼ା ସଂସ୍କୃତିରେ ପର୍ଯ୍ୟାୟକ୍ରମେ ପରିବର୍ତନ ହେଉଛି । ସରକାରଙ୍କ ଏହି ଅଭିଯାନକୁ ନିଜ ଉଦ୍ୟମରେ ଆଗକୁ ବଢ଼ାଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ କ୍ରୀଡ଼ା କ୍ଷେତ୍ରରେ ଗ୍ରାମୀଣ ପ୍ରତିଭାଙ୍କ ପ୍ରସାର କରୁଛି । କଂପାନିର କାର୍ଯ୍ୟକ୍ଷେତ୍ର ଯୋଡ଼ାର ଆଖପାକ ଅଂଚଳରେ କ୍ରୀଡ଼ା ପ୍ରତିଭାମାନଙ୍କ ପ୍ରସାର ଲାଗି ପ୍ରତିଷ୍ଠା କରାଯାଇଥିବା ଏକ ଫୁଟବଲ କୋଚିଂ ସେଂଟର ହେଉଛି ସବୁଠୁ ଉଲ୍ଲେଖନୀୟ ।
ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ହେଉଛି ଆଦିବାସୀ ସମ୍ପ୍ରଦାୟର ଏହି ଯୁବବର୍ଗଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିବା ଲାଗି ଏକ ମଂଚ ପ୍ରଦାନ କରିବା । ପୁନଶ୍ଚ, ଭବିଷ୍ୟତରେ ଏହା ସେମାନଙ୍କ ଜୀବନଜୀବିକାର ଏକ ମାଧ୍ୟମ ଭାବେ କାର୍ଯ୍ୟ କରିବ । ବର୍ତମାନ ଆଖପାଖ ଅଂଚଳର ୫୦ ଯୁବବର୍ଗଙ୍କୁ ଅଣ୍ଡର-୧୧ ଓ ଅଣ୍ଡର-୧୩ ବର୍ଗରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।
ଓଡ଼ିଶାର ଜଣେ ବିଶିଷ୍ଟ ଫୁଟବଲ ଖେଳାଳୀ ଭାବେ ଜଣାଶୁଣା ବାଦଲ ମହାକୁଡ଼ ଗତ ଛଅ ବର୍ଷ ଧରି ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । “ବିଗତ ବର୍ଷଗୁଡ଼ିକରେ ଆଦିବାସୀ ସମ୍ପ୍ରଦାୟର କ୍ରୀଡ଼ାବିତମାନେ ସେମାନଙ୍କ ନିର୍ଦିଷ୍ଟ ଶୃଙ୍ଖଳାରେ ନିଜ ରାଜ୍ୟ ଓ ପରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ତେଣୁ, ଏହି ଅଂଚଳରେ ବିପୁଳ ସମ୍ଭାବନା ରହିଛି । ଆମକୁ ତାହା ସନ୍ଧାନ କରିବାକୁ ଏବଂ ସେଭଳି ପ୍ରତିଭା ଯୋଗାଡ଼ କରିବାକୁ ହେବ ବୋଲି ଶ୍ରୀ ମହାକୁଡ଼ କହିଛନ୍ତି ।’’
ପିଲାମାନଙ୍କ ଭିତରେ ଫୁଟବଲ୍ ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଅଂଶଗ୍ରହଣକାରୀମାନଙ୍କୁ ଜର୍ସି, ସକ୍ସ, ପାଣି ବୋତଲ, ଫୁଟବଲ୍, ପ୍ଲାଷ୍ଟିକ୍ ମାର୍କିଂ ହର୍ଡଲ୍ସ ଆଦି ଥିବା ଫୁଟ୍ବଲ୍ କିଟ୍ ଦିଆଯାଉଛି । ଭର୍ତି ହୋଇଥିବା ପିଲାମାନଙ୍କୁ ନିରବଚ୍ଛିନ୍ନ ଓ ପ୍ରଭାବଶାଳୀ କୋଚିଂ ପ୍ରଦାନ କରିବା ଲାଗି ସାମଗ୍ରିକ ଭାବେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଛି । ଏହି ଅଭିଯାନ ବାସ୍ତବରେ ଫଳ ପ୍ରଦାନ କରିଛି କାରଣ ଜିଲ୍ଲା କ୍ରୀଡ଼ା କର୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଚୟନ ଶିବିରରେ ସେମାନଙ୍କ ଭିତରୁ କିଛି ଅଂଶ ରହିଛନ୍ତି ଏବଂ ଅନେକ ଜାତୀୟ ସ୍ତରର ମ୍ୟାଚ୍ ଖେଳିବାକୁ ଯାଇଛନ୍ତି ।
୧୩ ବର୍ଷ ବୟସରୁ ନିଜର ଅଭ୍ୟାସ ଆରମ୍ଭ କରିଥିବା ମନିଷା ନାଏକ ପ୍ରାୟ ୧୦ଟି ଜାତୀୟ ଓ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି । “ଟେଲିଭିଜନରେ ମୁଁ ଫୁଟବଲ୍ ମ୍ୟାଚ୍ ଦେଖିଥିଲି ଏବଂ ପିଲାଟି ଦିନରୁ କ୍ରୀଡ଼ାକୁ ନେଇ ମୁଁ ରୋମାଂଚିତ ରହିଛି । ଯେତେବେଳେ ଏହି କ୍ରୀଡ଼ାକୁ ଜାଣିବା ଲାଗି ମୋତେ ସୁଯୋଗ ମିଳିଲା ମୁଁ ତାହାକୁ ହାତଛଡ଼ା କରିବାକୁ ଚାହିନଥିଲି । ମୁଁ ଏହାକୁ ଏକ ବୃତି ଭାବେ ଗ୍ରହଣ କରିବାକୁ ଯୋଜନା କରିଥିଲି ବୋଲି ମନିଷା କହିଛନ୍ତି ।’’