FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଯୌତୁକ ଜନିତ ବଧୁହତ୍ୟା ଅଭିଯୋଗ

ଯୌତୁକ ଜନିତ ବଧୁହତ୍ୟା ଅଭିଯୋଗ

ଯୌତୁକ ଜନିତ ବଧୁହତ୍ୟା ଅଭିଯୋଗ
SHARE NOW :

ସୁବର୍ଣ୍ଣପୁର(ପିତାମ୍ବର ମହାପାତ୍ର/ଲାଇଭ୍ ଓଡିଶା ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲାରେ ଯୌତୁକ ଜନିତ ବଧୁହତ୍ୟା ଅଭିଯୋଗ ହୋଇଛି । ସୋନପୁର ଥାନା ପଟାଭାଡିର ଶଙ୍କର ମେହେରଙ୍କ ସ୍ତ୍ରୀ ବନିତା ମେହେରଙ୍କ ଗତ ରାତିରେ ସନ୍ଦେହ ଜନକଭାବେ ମୃତ୍ୟୁ ହୋଇଥିଲା । ଶାଶୁ ଘର ଲୋକ ବନିତାଙ୍କୁ ଡାକ୍ତରଖାନକୁ ଆଣିଥିବାବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ଘଟଣା ବାବଦରେ ବନିତାଙ୍କ ବାପଘର ଲୋକ ପଚାରିବାରୁ ତାଙ୍କୁ କିଛି କହି ନଥିଲେ । ଏନେଇ ବନିତାଙ୍କ ପରିବାର ଲୋକ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।


ବନିତାଙ୍କୁ ବିଭିନ୍ନ ସମୟରେ ଯୌତୁକ ପାଇଁ ନିର‌୍ୟ୍ୟାତନା ଦେଉଥିବାବେଳେ ତାଙ୍କ ଜ୍ୱାଇଁ ବିଭୀନ୍ନ ସମୟରେ ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି ମୃତ ବନିତାଙ୍କ ଭାଇ । ଦୋଷୀ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନେବା ସହ ଆମକୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି । ଏନେଇ ସୋନପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Related Posts