FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ରହସ୍ୟ ଘେରରେ ଆତ୍ମହତ୍ୟା

ରହସ୍ୟ ଘେରରେ ଆତ୍ମହତ୍ୟା

ରହସ୍ୟ ଘେରରେ ଆତ୍ମହତ୍ୟା
SHARE NOW :

ଭୁବନେଶ୍ୱର: ରାଜଧାନୀରେ ସଫ୍ଟୱେର ଇଞ୍ଜିନିୟରଙ୍କ ଆତ୍ମହତ୍ୟା । ଆପାର୍ଟମେଣ୍ଟରୁ ଜବତ ହେଲା ଡାଏରୀ ଓ ମୋବାଇଲ । ଚାକିରିର ମାନସିକ ଚାପ ନା କେଉଁ ଚାପରେ ଶ୍ବେତା ଆତ୍ମହତ୍ୟା କଲେ ତାର ତଦନ୍ତ କରୁଛି ପୋଲିସ । ଶୁକ୍ରବାର ରାତିରେ ଶୈଳଶ୍ରୀବିହାରର ଏକ ଆପାର୍ଟମେଣ୍ଟ ରୁମ୍‌ରେ ଆତ୍ମହତ୍ୟା କରିଥିଲେ ଯୁବତୀ ।
ବେକରେ ଓଢଣୀ ଲଗାଇ ଫ୍ୟାନରେ ସେ ଝୁଲି ପଡିଛନ୍ତି । ମୃତ ଯୁବତୀ ହେଲେ ଶ୍ୱେତା ଉତ୍କଳ କୁମାରୀ । ସେ ଭଦ୍ରକର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଶ୍ବେତା ଭୁବନେଶ୍ୱର ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରୁଥିଲେ। ଫୋନ୍ ସୁଇଚ ଅଫ୍ ଥିବାରୁ ପରିବାର ଲୋକ ତାଙ୍କ ସହ ଯୋଗାଯୋଗ କରି ପାରିନଥିଲେ ।
ଏ ନେଇ ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ପରିବାର ଲୋକେ ଖବର ଦେଇଥିଲେ । ପୋଲିସ ଅପାର୍ଟମେଣ୍ଟରୁ ମୃତଦେହ ସହ ଏକ ଡାଏରୀ ଓ ମୋବାଇଲ ଜବତ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ । ତେବେ ପରିବାରଲୋକଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନି । ପୂର୍ବରୁ ଶ୍ୱେତା ଥରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜାଣିବାକୁ ପାଇଛି ପୋଲିସ ।

Leave a Reply

Your email address will not be published.

Related Posts