FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ରାଜ୍ୟରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢିଲା ପରିବହନ ନିୟମ

ରାଜ୍ୟରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢିଲା ପରିବହନ ନିୟମ

ରାଜ୍ୟରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢିଲା ପରିବହନ ନିୟମ
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍): ରାଜ୍ୟର କରୋନା ସ୍ଥିତିକୁ ଦୃଷ୍ଟି ଆଗରେ ରଖି, ସରକାର ଲକଡାଉନ୍ କଟକଣାକୁ ସାମାନ୍ୟ କୋହଳ କରିବା ପରେ , ପରିବହନ ନିୟମକୁ ମଧ୍ୟ କୋହଳ କରାଯାଇଥିଲା। ଏବେ ପୁଣିଥରେ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ପରିବହନ ନିୟମକୁ ପୁନଶ୍ଚ କୋହଳ କରିଛନ୍ତି ରାଜ୍ୟ ସରକାର। ଆଜି ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।


୨୦୨୦ ଫେବୃଆରୀ ପହିଲାରୁ ବୈଧତା ଶେଷ ହୋଇଥିବା ଗାଡ଼ିର ଫିଟନେସ ସାଟିଫିକେଟ, ଅଣପରିବହନ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ ବୈଧତା ଅବଧି ଅକ୍ଟୋବର ୩୧ତାରିଖ ଯାଏଁ ବଳବତ୍ତର ରହିବ। ୨୦୨୦ ମାର୍ଚ୍ଚ ୧୮ରେ ସରୁଥିବା ଲର୍ଣ୍ଣିଂ ଲାଇସେନ ଅବଧିକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ମାଲବୁହା ଗାଡି, ବେସରକାରୀ ବସ ଏବଂ ସ୍କୁଲ ବସଗୁଡିକର ପରିମିଟ ଅବଧିକୁ ମଧ୍ୟ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।


ଲର୍ଣ୍ଣିଂ ଲାଇସେନ୍ସଧାରୀ ମାନେ ଏବେ ଡିଏଲ ଟେଷ୍ଟ ପାଇଁ ନିଜର ନିକଟସ୍ଥ ଆରଟିଓ କାର୍ଯ୍ୟାଳୟରେ ସ୍ଲଟ୍ ନ ପାଇଲେ ଅଲଗା ଆରଟିଓ ବଦଳାଇ ସ୍ଲଟ ବୁକିଂ କରିପାରିବେ। ଯେଉଁମାନେ ଡିଏଲ ଟେଷ୍ଟ ପାଇଁ ଫି ଦେଇ ସାରିଥିବେ, ସେମାନେ ମୁଖ୍ୟତଃ ଏ ସୁବିଧା ପାଇପାରିବେ ବୋଲି ସୂଚନା ମିଳିଛି।


ତେବେ ଇନସୁରାନ୍ସ ସାର୍ଟିଫିକେଟ, ପ୍ରଦୂଷଣ ସାଟିଫିକେଟ ପ୍ରମାଣପତ୍ର ଏବଂ ଅସ୍ଥାୟୀ ପରମିଟ ସାର୍ଟିଫିକେଟର ବୈଧତା ଯଦି ଅକ୍ଟୋବର ୩୧ ତାରିଖ ମଧ୍ୟରେ ଶେଷ ହେଉଥାଏ, ତେବେ ଏ କ୍ଷେତ୍ରରେ ଏହି ନିୟମ ଲାଗୁ ହୋଇପାରିବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *

Related Posts