FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ରାଜ୍ୟରେ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା

ରାଜ୍ୟରେ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା

ରାଜ୍ୟରେ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା
SHARE NOW :

ଭୁୁବନେଶ୍ୱର ଲାଇଭଓଡିଶା ବ୍ୟୁରୋ ; ରାଜ୍ୟରେ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା ଆଜି ଭୁବନେଶ୍ୱର ବିମାନବନ୍ଦରରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର‌୍ୟ୍ୟାୟରେ ୪ଟି ଜିଲ୍ଲାରେ ଏହି ସେବା ଆରମ୍ଭ ହେବ । କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ରେ ଏହି ସେବା ଆରମ୍ଭ କରାଯିବ ।ଏହି ସେବାରେ ଗୁରୁତର ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏୟାରଲିଫ୍ଟ କରାଯାଇ ଅଣାଯିବ । ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବାୟୁସେବା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।
ଏହି ସେବା ଦ୍ବାରା ଉପାନ୍ତ ଜିଲ୍ଲାବାସୀଙ୍କୁ ମିଳିବ ସ୍ପେସିଆଲିଟି ସ୍ବାସ୍ଥ୍ୟସେବା । ଯେତେ ବି ଜଟିଳ ରୋଗ ହେଉ ନା କାହିଁକି ନିଜ ଜିଲ୍ଲାରେ ସେବା ପାଇବେ ଜିଲ୍ଲାବାସୀ । ଯାହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ବିମାନବନ୍ଦରରୁ ଏହି ସେବା ଆରମ୍ଭ ହେବ ।
ଏହି ସେବାରେ ପ୍ରଥମ ପର‌୍ୟ୍ୟାୟରେ ୪ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ମାନକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡାବାସୀ ନିଜ ଜିଲ୍ଲାରେ ଚିକିତ୍ସା ସୁବିଧା ପାଇବେ । ବିମାନରେ ଡାକ୍ତର ଜିଲ୍ଲାରେ ପହଞ୍ଚି ସ୍ବାସ୍ଥ୍ୟସେବା ଯୋଗାଇବେ । ଏହି ସ୍ବାସ୍ଥ୍ୟ ସେବାରୁ ଦୁର୍ଗମ ଅଞ୍ଚଳବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ମୁଖ୍ୟ ଲକ୍ଷ୍ୟ ରହିଛି । ଅପହଞ୍ଚ ଇଲାକାର ଲୋକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ବିଶେଷଜ୍ଞ ଡାକ୍ତରୀ ଟିମ ସେଠାରେ ପହଞ୍ଚି ଚିକିତ୍ସା କରିବେ । ଦରକାର ପଡିଲେ ରୋଗୀଙ୍କୁ ଏୟାର ଲିଫ୍ଟ କରଯାଇ କଟକ, ଭୁବନେଶ୍ବର ଅଣାଯିବ । ନିକଟରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ରାଜ୍ୟ ସରକାର । ମାଲକାନଗିରିରୁ ଆରମ୍ଭ ହୋଇ ଯାଜପୁରରେ ଶେଷ ହୋଇଥିଲା । ଏହାପରେ ପୁଣି ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *

Related Posts