FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ରାଜ୍ୟରେ କମୁଛି କରୋନା ୨୪ଘଣ୍ଟାରେ ୪୫୩ ପଜିଟିଭ ଚିହ୍ନଟ

ରାଜ୍ୟରେ କମୁଛି କରୋନା ୨୪ଘଣ୍ଟାରେ ୪୫୩ ପଜିଟିଭ ଚିହ୍ନଟ

ରାଜ୍ୟରେ କମୁଛି କରୋନା ୨୪ଘଣ୍ଟାରେ ୪୫୩ ପଜିଟିଭ ଚିହ୍ନଟ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ରାଜ୍ୟରେ ଦିନକୁ ଦିନ ଖସିବାରେ ଲାଗିଛି ଦୈନିକ କରୋନା ସଂକ୍ରମଣର ହାର । ଯାହା ସାରା ରାଜ୍ୟବାସୀଙ୍କ ମନରେ ଏକ ଖୁସିର ବାତାବରଣ ସୃଷ୍ଟି କରିଛି । ଗତ କିଛିଦିନର ରିପୋର୍ଟ ଅନୁଯାୟୀ, ରାଜ୍ୟରେ କରୋନା ସଂକ୍ରମଣର ହାର ୫୦୦ ତଳକୁ ରହୁଛି । ତେବେ ଗତ ୨୪ ଘଣ୍ଟାର ରିପୋର୍ଟ ଅନୁସାରେ , ରାଜ୍ୟରୁ ୪୫୩ଟି କରୋନା କେସ୍ ସାମ୍ନାକୁ ଆସିଛି । ସେଥି ମଧ୍ୟରୁ ୧୮ବର୍ଷରୁ କମ ୫୩ଜଣ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୫ଜଣ କ୍ୱାରେଣ୍ଟାଇନରୁ ଥିବା ବେଳେ ଲୋକାଲ କେସ୍ ୧୮୮ ରହିଛି ।


ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ସେହିପରି ଅନୁଗୁଳରୁ ୧, ବାଲେଶ୍ବରରୁ ୧୭, ବରଗଡରୁ ୧, ଭଦ୍ରକରୁ ୪, ବଲାଙ୍ଗୀରରୁ ୧, ବୌଦ୍ଧରୁ ୧, କଟକରୁ ୫୯, ଦେଓଗଡରୁ ୩, ଢେଙ୍କାନାଳରୁ ୧, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨୪, ଯାଜପୁରରୁ ୧୩, ଝାରସୁଗୁଡାରୁ ୧, କେନ୍ଦ୍ରପଡାରୁ ୪, କେନ୍ଦୁଝରରୁ ୧, କୋରାପୁଟରୁ ୩, ମୟୂରଭଞ୍ଜରୁ ୨୨, ନୟାଗଡରୁ ୩, ପୁରୀରୁ ୧୯, ରାୟଗଡାରୁ ୩, ସମ୍ବଲପୁରରୁ୧୮, ସୁନ୍ଦରଗଡରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୮୧୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୬୦୮ ରହିଥିବା ବେଳେ ୪ ହଜାର ୯୩୫ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Related Posts