ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ

SHARE NOW :
ଭୁବନେଶ୍ୱର(ନୀଳାଚଳ ନ୍ୟୁଜ୍) ରାଜ୍ୟରେ କେରାନାର ଦ୍ୱିତୀୟ ସଂକ୍ରମଣର ପ୍ରଭାବ ଦିନକୁ ଦିନ ନିମ୍ନଗାମୀ ହେଉଥିବା ଦେଖିବାକୁ ମିଳୁଛି । ଗତ କିଛିଦିନର ରିପୋର୍ଟ ଅନୁଯାୟୀ, ରାଜ୍ୟରେ ମହାମାରୀ କରୋନା ଉପର ତଳ ମୁହାଁ ହେଉଛି । ତେବେ ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୪୭୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଖୋର୍ଧାରୁ ୨୦୦, କଟକ ୬୨, ବାଲେଶ୍ବର ୨୬, ଜଗତସିଂହପୁର-ମୟୂରଭଞ୍ଜ ୨୩, ଯାଜପୁର ୧୬ ଓ ଅନ୍ୟ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ୧୦ ତଳକୁ ରହିଛି। ସେହିପରି ବରଗଡ଼, ବୌଦ୍ଧ, ଗଜପତି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
ଏହାସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୨୬ହଜାର ୯୫୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୪ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ କଟକ, ଜଗତସିଂହପୁର, ମୟୂରଭଞ୍ଜ, ନୟାଗଡ଼ରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ସମୁଦାୟ କୋଭିଡ ମୃତ୍ୟୁ ସଂଖ୍ୟା ୮୨୦୨କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୬୯୧ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୮୬୫କୁ ଖସି ଆସିଛି।
ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ , ପାର୍ବଣ ସମୟରେ ଏହା ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେଣୁ ପାର୍ବଣ ସମୟରେ ସତର୍କ ରହିବା ଲାଗି ସଚେତନ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର। କରୋନା ସେକ୍ରମଣକୁ ଦୃଷ୍ଟି ଆଗରେ ରଖି, ରାଜ୍ୟ ସରକାରଙ୍କ ପକ୍ଷରୁ ପାର୍ବଣ ପାଇଁ ଗାଇଡଲାଇନ ମଧ୍ୟ ଜାରୀ କରାଯାଇଛି । ତେଣୁ ଏହି ସମୟରେ ସମସ୍ତଙ୍କୁ ଅଧିକ ଦାୟିତ୍ବବାନ ହେବାର ଆବଶ୍ୟକତା ରହିଛି।