- Home
- »
- Breaking News
- »
- ରାଜ୍ୟରେ ପୁଣି ଲଘୁଚାପ ବର୍ଷାର ସମ୍ଭାବନା
ରାଜ୍ୟରେ ପୁଣି ଲଘୁଚାପ ବର୍ଷାର ସମ୍ଭାବନା

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ରାଜ୍ୟରେ ତାପମାତ୍ରା ଖସୁଛି ବଢୁଛି ଶୀତ । ୮ଟି ସହରରେ ୧୫ଡିଗ୍ରୀ ତଳେ ରହିଛି ତାପମାତ୍ରା । ଏସବୁ ଭିତରେ ପୁଣି ଆସନ୍ତା ୨୪ଘଂଟା ସୃଷ୍ଟି ହେବ ଲଘୁଚାପ । । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ରହିଛି । ଯାହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ । ଏହାପରେ ଅବପାତରେ ପରିଣତ ହେବ। ଆସନ୍ତା ୧୦ ଦିନ ଭିତରେ ଦୁଇ ଦୁଇଟି ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବ । ଫଳରେ ନଭେମ୍ବର୧୮ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଦିନରେ କୋହଲା ପାଗ ସାଙ୍ଗକୁ ତାପମାତ୍ରା ୩୦ଡିଗ୍ରୀ ତଳେ ରହିବ। ଫଳରେ ଦିନରେ ବି ଥଣ୍ଡା ଅନୁଭୂତ ହେବ। ଦକ୍ଷିଣ ଓଡିଶାରେ ୧୧ରୁ ୧୩ ତାରିଖ ବର୍ଷା ହେବ। ଉପକୂଳରେ କାଁ ଭାଁ ବର୍ଷା ହୋଇପାରେ। ଏହା ପରେ ୧୬ତାରିଖ ବେଳକୁ ଆଉ ଏକ ଲଘୁଚାପ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହେବ ଯାହାର ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ବର୍ଷା କମିଲେ ଆସନ୍ତା ଦୁଇ ଦିନ ଧରି ଶୀତର ପ୍ରକୋପ ବଢିବ ।