FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ରାଜ୍ୟରେ ବଢିବାରେ ଲାଗିଛି ଶିଶୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ବଢିବାରେ ଲାଗିଛି ଶିଶୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ବଢିବାରେ ଲାଗିଛି ଶିଶୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
SHARE NOW :

ଭୁବନେଶ୍ୱର(ନୀଳାଚଳ ନ୍ୟୁଜ୍‌):ବର୍ତ୍ତମାନ ରାଜ୍ୟରେ କରୋନା ର ଦ୍ୱିତୀୟ ଲହର ର ପ୍ରଭାବ କିଛି କିଛି ଫିକା ପଡି ଆସୁଥିବା ବେଳେ ଅନ୍‌ଲକ୍ ର ପକ୍ରିୟା ମଧ୍ୟ ଆରମ୍ଭ ହୋଈଯାଈଛିା ଠିକ୍ ଏହି ସମୟରେ ତୃତୀୟ ଳହର ଆସିବାକୁ ନେଈ ଚିନ୍ତା ମଧ୍ୟ ବଢିବାରେ ଲାଗିଛିା ଶିଶୁ ମାନଙ୍କ ଉପରେ ଏହା ବିଶେଷ ପ୍ରଭାବ ପକାଈପାରେ ବୋଲି ଗବେଶକମାନେ ସୂଚନା ଦେଉଛନ୍ତିା ବର୍ତ୍ତମାନ ଆମ ରାଜ୍ୟ ରେ ଶିଶୁମାନଙ୍କୁ ନେଈ କରୋନା ସଖ୍ୟାଂ ମଧ୍ୟ ବଢିବାରେ ଲାଗିଛିା
ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨୨ ଜଣ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି। ସେହିପରି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେଣ୍ଟାଇନ୍ ଓ ବାକି ୨୫୫ଟି ହେଉଛି ଲୋକାଲ୍ କେସ୍।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୮ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୩, ଅନୁଗୋଳରୁ ୧୨, ବାଲେଶ୍ୱରରୁ ୩୧, ଯାଜପୁରରୁ ୩୧, ମୟୂରଭଞ୍ଜରୁ ୨୧, ସମ୍ବଲପୁରରୁ ୧୬, ଭଦ୍ରକରୁ ୧୮, କେନ୍ଦ୍ରାପଡ଼ାରୁ ୧୩, ବଲାଙ୍ଗିରରୁ ୪, ଦେବଗଡ଼ରୁ ୪, ଢେଙ୍କାନାଳରୁ ୮, ଗଜପତିରୁ ଜଣେ, ଗଞ୍ଜାମରୁ ୫, ଜଗତସିଂହପୁରରୁ ୨୨, ଝାରସୁଗୁଡ଼ାରୁ ୫, କେନ୍ଦୁଝରରୁ ୮, କୋରାପୁଟରୁ ୬, ମାଲକାନଗିରିରୁ ଜଣେ, ନବରଙ୍ଗପୁରରୁ ୫, ନୟାଗଡ଼ାରୁ ୫, ପୁରୀରୁ ୨୦, ରାୟଗଡ଼ାରୁ ୭, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୯ ଓ ଷ୍ଟେଟ୍ ପୁଲ୍ରୁ ୪୫ ଜଣ ଚିହ୍ନଟ ହୋଇଛନ୍ତିା
୬୦୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୧୬୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୭ ହଜାର ୬୩ ଜଣ ସୁସ୍ଥ ହୋଇସାରିଛନ୍ତି। ୬,୯୯୬ ଜଣ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *

Related Posts