FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ରାଜ୍ୟରେ ବୃଦ୍ଧି ହେବାରେ ଲାଗିଛି ଶିଶୁ ସଂକ୍ରମଣ

ରାଜ୍ୟରେ ବୃଦ୍ଧି ହେବାରେ ଲାଗିଛି ଶିଶୁ ସଂକ୍ରମଣ

ରାଜ୍ୟରେ ବୃଦ୍ଧି ହେବାରେ ଲାଗିଛି ଶିଶୁ ସଂକ୍ରମଣ
SHARE NOW :

ଭୁବନେଶ୍ୱର (ଲାଇଭ୍ ଓଡିଶା ନ୍ୟୁଜ୍‌): କରୋନା ର ଦ୍ୱିତୀୟ ଲହରରୁ ଅଳ୍ପ ଆସ୍ୱସ୍ଥି ମିଳିବା ପରେ ବର୍ତ୍ତମାନ ରାଜ୍ୟରେ ଶିଶୁଙ୍କ ସଂକ୍ରମଣ ଦିନ କୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାର ରିପୋଟ ଅନୁଯାଇ ରାଜ୍ୟରେ ୭୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୧୭ ଜଣ ଛୁଆ ଅଛନ୍ତି, ଯେଉଁମାନଙ୍କ ବୟସ ୧୮ ବର୍ଷ ମଧ୍ୟରେ।


ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୮ଜଣ କ୍ୱାରେଣ୍ଟାଇନ୍‌ରେ ଥିବାବେଳେ ବାକି ୩୨୩ଟି ଲୋକାଲ୍ କେସ୍ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୭ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧, ବାଲେଶ୍ୱରରୁ ୪୧, ଯାଜପୁରରୁ ୩୪, ଜଗତସିଂହପୁରରୁ ୨୬, ପୁରୀରୁ ୨୧, ମୟୂରଭଞ୍ଜରୁ ୧୯, ଅନୁଗୋଳରୁ୧୬, ଭଦ୍ରକରୁ ୧୫, କେନ୍ଦ୍ରାପଡ଼ାରୁ ୧୪, କୋରାପୁଟରୁ ୧୧, ବରଗଡ଼ରୁ୩, ବଲାଙ୍ଗିରରୁ୨, ଦେବଗଡ଼ରୁ ୫, ଢେଙ୍କାନାଳରୁ୧୨, କଳାହାଣ୍ଡିରୁ ଜଣେ, ଗଞ୍ଜାମରୁ ୪, ଝାରସୁଗୁଡ଼ାରୁ ୯, କେନ୍ଦୁଝରରୁ ୫, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୩, ନୟାଗଡ଼ରୁ ଜଣେ, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୧୭, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟ୍ ପୁଲ୍ରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ରାଜ୍ୟ ସରକାରଙ୍କ ସୂଚନା ଅନୁଯାଇ ରାଜ୍ୟରେ କରୋନାରେ ଆଉ ୮ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୭୮କୁ ବୃଦ୍ଧି ପାଇଛି।


ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୪ ହଜାର ୩୩୮କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୯ ହଜାର ୧୬୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୭,୦୪୨ ଜଣ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *

Related Posts