FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ରାତି ୧୦ଟା ପରେ ବିବାହ ଶୋଭାଯାତ୍ରାରେ ବାଜିବନି ଡିଜେ, ଫୁଟିବନି ବାଣ

ରାତି ୧୦ଟା ପରେ ବିବାହ ଶୋଭାଯାତ୍ରାରେ ବାଜିବନି ଡିଜେ, ଫୁଟିବନି ବାଣ

SHARE NOW :

ଲାଇଭଓଡ଼ିଶା ବ୍ୟୁରୋ ; ବିବାହ ଶୋଭାଯାତ୍ରାରେ ବାଜିବନି ଡିଜେ, ଫୁଟିବନି ବାଣ । ଏନେଇ ପୂର୍ବରୁ ନିୟମ ରହିଛି । କିନ୍ତୁ ଏହି ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ରାଜଧାନୀବାସିନ୍ଦା । ବିବାହ ଶୋଭାଯାତ୍ରା ପାଇଁ ଅନୁମତି ନେଉଥିଲେ ମଧ୍ୟ ଡିଜେ ଓ ବାଣ ଫୁଟାଉଥିବାର ଦେଖିବାକୁ ମିଳୁଛି । ଅଧିକ ମାତ୍ରାରେ ଡିଜେ ସାଉଣ୍ଡ ଓ ବିପଦ ଜନକ ବାଣ ରାସ୍ତା ଉପରେ ଫୁଟାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡକୁ ଆସିଛି କମିଶନରେଟ ପୋଲିସ ।ଭୁବନେଶ୍ୱରରେ ହେଉଥିବା ବିବାହ ଶୋଭାଯାତ୍ରାରେ ଡିଜେ ବାଜିଲେ କିମ୍ବା ବାଣ ଫୁଟିଲେ ଏଣିକି କାର‌୍ୟ୍ୟାନୁଷ୍ଠାନ ନେବ ପୋଲିସ । ଏହାସହ ରାତି ୧୦ଟା ପରେ ନାଇଟ କର୍ଫ୍ୟୁ ଲାଗୁଥିବା କାରଣରୁ ବିବାହ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି । ତେଣୁ ରାତି ୧୦ଟା ପରେ କୌଣସି ବିବାହ ଶୋଭାଯାତ୍ରା ହେଉଥିଲେ ୦୬୭୪୨୫୪୦୨୯୪ ନମ୍ବରରେ କଲ କରି ଜଣାଇବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଯଦି କେହି ନିୟମର ଉଲ୍ଲଂଘନ କରିଥାଏ ତେବେ ତାଙ୍କ ବିରୋଧରେ ତୁରନ୍ତ ଅର୍ବାନ ପୋଲିସ ଆକ୍ଟ ଅନୁଯାୟୀ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

Leave a Reply

Your email address will not be published. Required fields are marked *

Related Posts