ରାୟଗଡାରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ

SHARE NOW :
ରାୟଗଡ଼ା(ଲାଇଭ୍ ଓଡିଶା ନ୍ୟୁଜ୍): ରାୟଗଡ଼ା ଜିଲ୍ଲାର କଲ୍ୟାଣସିଙ୍ଗପୁର ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘର ବୈଠକ ଜିଲ୍ଲା ସଭାପତି ଶ୍ରୀ ଜିତେନ୍ଦ୍ର ନାୟକ ଏବଂ କଲ୍ୟାଣସିଙ୍ଗପୁର ସଭାପତି ଗଜେନ୍ଦ୍ର ଗରଡ଼ିଆ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମଗ୍ର ରାୟଗଡା ଜିଲ୍ଲାର ଡ୍ରାଇଭର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ , ଜିଲ୍ଲା କାର୍ଯ୍ୟରତ ଥିବା ଡ୍ରାଇଭର ସୁରକ୍ଷା, ବିଭିନ୍ନ ପ୍ରକାର ସମସ୍ୟା ଓ ଦାବି ଗୁଡିକ କିଭଳି ଭାବରେ ସମାଧାନ ହେଇପାରିବ ତାହାକୁ ନେଇ ଆଲୋଚନା ହେଇଥିଲା । ଏହା ସହିତ, ଜିଲ୍ଲାର ଅନ୍ୟ ବ୍ଲକର ଡ୍ରାଇଭର ମାନଙ୍କ ସମସ୍ୟା ଗୁଡ଼ିକୁ ପ୍ରଶାସନ ଉପସ୍ଥାପନା କରି ସମାଧାନ କରିବା ନିଷ୍ପତି ନିଆଯାଇଛି । ସାରା ରାୟଗଡ଼ା ଜିଲ୍ଲାରେ ଏହି ସଂଘକୁ ସକ୍ରିୟ କରିବା ନେଇ ମଧ୍ୟ ଶ୍ରୀ ଜିତେନ୍ଦ୍ର ନାୟକ କହିଛନ୍ତି ।
ଏହି ବୈଠକରେ ସଂଘର ସଭାପତି ଶ୍ରୀ ଜିତେନ୍ଦ୍ର ନାୟକ ଙ୍କ ସମେତ କଲ୍ୟାଣସିଙ୍ଗପୁର ସଭାପତି ଗଜେନ୍ଦ୍ର ଗରଡ଼ିଆ, ଉପସଭାପତି ତ୍ରିନାଥ ଦଳେଇ ,କାଶୀପୁର ବ୍ଳକ ଆଡ଼ମିନ ଯୋଗୀଜୀବନ ନାୟକ, ବିଷମକଟକ ଆଡ଼ମିନ କାଁନହୁ ଗୌଡ଼ ପ୍ରମୁଖ ଉପସ୍ଥିତ ଥିବାବେଳେ, ପରିଚାଳନା ଦାୟିତ୍ୱରେ ଏ. ଧର୍ମାରାଜୁ ଥିଲେ ।