ରାୟଗଡା ଜିଲ୍ଲାର ସମସ୍ତ କୋର୍ଟ ମାନଙ୍କରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

SHARE NOW :
ରାୟଗଡା(ଶ୍ରୀଧର ଚୌଧୁରୀ/ ଲାଇଭ୍ ଓଡିଶା ନ୍ୟୁଜ୍): ରାୟଗଡା ଜିଲ୍ଲାର ବିଭିନ୍ନ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ,୮୫ଟି କେସର ଫଇସଲା ହୋଇଥିଲା । ରାୟଗଡା ସିଭିଲ କୋର୍ଟ ଏବଂ ଜିଲ୍ଲାର ତାଲୁକା ସ୍ଥରରେ ଥିବା ସମସ୍ତ କୋର୍ଟ ମାନଙ୍କରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଜର୍ଜ ତଥା ଆଇନ ସେବା ପ୍ରାଧିକାରୀ ଅଧକ୍ଷ ବିକ୍ରମ କେଶରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧୀନ ମକଦ୍ଦମା, ଦେୱାନି, ଫୌଜଦାରୀ, ସାଲିସ ଯୋଗ୍ୟ, ବ୍ୟାଙ୍କ ଋଣ, ମୋଟର ଯାନ ଦୁର୍ଘଟଣା, ପାରିବାରିକ ବିବାଦ ଭଳି ୮୫ଟି କେସର ସମାଧାନ କରି ମୋଟ ୬୪ ଲକ୍ଷ ୫୪ ହଜାର ୮୦୩ ଟଙ୍କା ଆଦାୟ କରାଯାଇଥିବା ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସମ୍ପାଦକ ମନୋରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।