ରାୟଗଡା: ଦିବଙ୍ଗତ ଅରିନ୍ଦମ ଦାସଙ୍କ ଆତ୍ମା ସଦଗତି ନିମନ୍ତେ ଶୋଭାଯାତ୍ରା

SHARE NOW :
ରାୟଗଡ(ଲାଇଭ୍ ଓଡିଶା ନ୍ୟୁଜ୍): ସ୍ୱର୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅମର ଆତ୍ମା ସଦଗତି ନିମନ୍ତେ ସ୍ଥାନୀୟ ସାମ୍ବାଦିକ ଭାଇ, ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ସହର ବାସିନ୍ଦା ପ୍ରାୟ ୫୦ଜଣ ଉପସ୍ଥିତ ରହି ଏକ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରିଥିଲେ । ଏହି ଶୋଭାଯାତ୍ରାରେ ସ୍ୱର୍ଗତ ସାମ୍ବାଦିକ ଅରିନ୍ଦମ ଭାଇ ଅମର ରହେ ସ୍ଲୋଗାନ ଦେଇ ଗଜପତି ଛକ , କପିଳାସ ଛକ ଏବଂ ସ୍ଥାନୀୟ ଦୈନିକ ବଜାର ଦେଇ ଗାନ୍ଧୀ ପାର୍କ ଠାରେ ପହଞ୍ଚିଥିଲେ ।

ସ୍ଥାନୀୟ ମହାତ୍ମା ଗାନ୍ଧୀ ପାର୍କ ଠାରେ ପହଞ୍ଚି ସ୍ୱର୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଫୋଟୋରେ ପୁଷ୍ପାଞ୍ଜଳି ଦେଇ ୨ମିନିଟର ନିରବ ପ୍ରାଥନା କରିଥିଲେ । ଉପସ୍ଥିତ ସାମ୍ବାଦିକ ଓ ବୁଦ୍ଧିଜିବୀ ମାନେ ସ୍ୱର୍ଗତ ଅରିନ୍ଦମ ଭାଇଙ୍କ ଦୁଃସାହସିକ ଓ ନିର୍ଭୀକ ସାମ୍ବାଦିକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସାମ୍ବାଦିକ ହରି ନାରାୟଣ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।