FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ରେଡ୍ ଆଲର୍ଟରେ ଭୁବନେଶ୍ବର ବିମାନବନ୍ଦର

ରେଡ୍ ଆଲର୍ଟରେ ଭୁବନେଶ୍ବର ବିମାନବନ୍ଦର

ରେଡ୍ ଆଲର୍ଟରେ ଭୁବନେଶ୍ବର ବିମାନବନ୍ଦର
SHARE NOW :

ଭୁବନେଶ୍ୱର (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ରେଡ୍ ଆଲର୍ଟରେ ଭୁବନେଶ୍ବର ବିମାନବନ୍ଦର । ଅଗଷ୍ଟ ୧୫ ପାଇଁ ରେଡ୍ ଆଲର୍ଟକୁ ଜାରି କରାଯାଇଛି  । ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ନୂଆଦିଲ୍ଲୀ ବିମାନବନ୍ଦରକୁ ଉଡାଇ ଦେବାକୁ ଧମକ ଦେବା ପରେ ଭୁବନେଶ୍ବର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଗଷ୍ଟ ୧୦ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନନ୍ଦର କଡା ସୁରକ୍ଷା ବଳୟ ମଧ୍ୟରେ ରହିବ । ଏନେଇ ସ୍ବତନ୍ତ୍ର SOP ମଧ୍ୟ ଜାରି କରାଯାଇଛି । ଏହାସହ ସମସ୍ତ ଯାତ୍ରୀଙ୍କୁ କଡାକଡି ଭାବେ ଯାଞ୍ଚ କରାଯାଉଛି ।

ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଡାଇ ଦେବାକୁ ଧମକ ମିଳିଥିଲା । ପୋଲିସକୁ ଇମେଲ ମାଧ୍ୟମରେ  ଧମକ ମିଳିବା ପରେ ବିମାନବନ୍ଦରରେ ସୁରକ୍ଷାକୁ ଆହୁରି କଡାକଡି କରାଯାଇଥିଲା । ଏହାସହ ପୋଲିସ ଓ ସିଆଇଏସଏଫ ଯବାନଙ୍କୁ ହାଇ ଆଲର୍ଟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Related Posts