ଲଗାଣ ବର୍ଷାରେ ଭାଙ୍ଗିଲା ନବ ନିର୍ମାଧୀଣନ ପାଚେରୀ

SHARE NOW :
ସୁବର୍ଣ୍ଣପୁର ( ପିତାମ୍ବର ମହାପାତ୍ର/ଲାଇଭ୍ ଓଡିଶା ନ୍ୟୁଜ୍): ବର୍ଷାରେ ଭାଙ୍ଗିଲା ନବ ନିର୍ମାଧୀଣନ ପାଚେରୀ ।ନାଳ ପାର୍ଶ୍ବରେ ତିଆରି ହେଉଥିବା ପାଚେରୀ ଭାଙ୍ଗି ପଡିଲା ନାଳ ଭିତରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ସୁଚନା ଅନୁସାରେ ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି କାଳୀନ ଚିକିତ୍ସା କେନ୍ଦ୍ରର ପାଶ୍ୱର ନାଳ ନିକଟରେ ତିଆରି ହେଉଥିବା ପାଚେରୀ ଭୂଷୁଡି ପଡିଛି ।
ନାଳ ଭିତରେ ଅର୍ଦ୍ଧେକ ଅଶଂ ଭାଂଗି ପଡିଥିବା ବେଳେ ଆଉ ଅର୍ଦ୍ଧେକ ଭଗ୍ନ ଅବସ୍ଥାରେ ରହିଛି । ସୂଚନା ଅନୁସାରେ ପାଚେରି ଟି ପ୍ରାୟ ୧୬ କୋଟି ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଥିବା ବେଳେ , ସେଥି ମଧ୍ୟରୁ ସାଢେ ତିନି କୋଟି ଟଙ୍କାରେ ଷ୍ଟାଫ କ୍ବାଟର୍ସ ଓ ଅନ୍ୟାନ୍ୟ କାର୍ଯ୍ୟ ଚାଲୁଛି । ତେବେ ଚିକିତ୍ସା କେନ୍ଦ୍ର ଉଦଘାଟନ ହେବା ପୂର୍ବରୁ ପାଚେରୀଟି ନିର୍ମାଣାଧିନ ଅବସ୍ଥାରେ ଭାଙ୍ଗିପଡିଛି ।
ମହାନଦୀ ନିକଟରେ ଏହି ସ୍ବାସ୍ଥ୍ୟ କେନ୍ଦ୍ରଟି ତିଆରି ହୋଇଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରାୟ ୧୦ ଫୁଟ ବ୍ୟବଧାନରେ ରହିଛି ବାଇଗଣଯୋରି ନାଳ ।ତେବେ ମହାନଦୀ ଓ ନାଳର ବଢିପାଣି ଯୋଗୁଁ , ସ୍ବାସ୍ଥ୍ୟ କେନ୍ଦ୍ରରୁ ଜନସାଧାରଣ ଆବଶ୍ୟକ ସ୍ବାସ୍ଥ୍ୟ ସେବା ପାଇ ପାରିବାକୁ ନେଇ ସନ୍ଦେହ ଦେଖା ଦେଇଛି ।ତେବେ ଏହି ସ୍ବାସ୍ଥ୍ୟ କେନ୍ଦ୍ରର ସୁରକ୍ଷା ପାଇଁ ମହାନଦୀରେ ଆଡିବନ୍ଧ ନିର୍ମାଣ କରିବା ସହିତ ନାଳର ଆଡିବନ୍ଧ କରି ମାଟି କାମ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।