ଶିଶୁ ଆକ୍ରାନ୍ତକୁ ନେଇ ମିଳିଛି ଅଳ୍ପ ଆସ୍ୱସ୍ଥି

SHARE NOW :
ଭୁବନେଶ୍ୱର ( ଲାଇଭ୍ ଓଡିଶା ନ୍ୟୁଜ୍): ଶିଶୁ ଆକ୍ରାନ୍ତକୁ ନେଇ ଚିନ୍ତା ବଢୁଥିବା ବେଳେ ଗତ କିଛିଦିନର ରିପୋର୍ଟ ଅନୁଯାୟୀ ସେଥିରେ ସ୍ୱଳ୍ପ ମାତ୍ରାରେ ବ୍ରେକ୍ ଲାଗିଛି । ଏନେଇ ସୂଚନା ଏ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫ ଜଣ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି । ୬୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୨ଜଣ କ୍ୱାରେଣ୍ଟାଇନ୍ରେ ଥିବାବେଳେ ୨୬୧ଟି ଲୋକାଲ୍ କେସ୍ ରହିଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୪ ,ଅନୁଗୋଳରୁ ୧୩,ବାଲେଶ୍ୱରରୁ ୨୮, ବରଗଡ଼ରୁ ୩, ଭଦ୍ରକରୁ ୧୩, ଦେବଗଡ଼ରୁ ୨, ଢେଙ୍କାନାଳରୁ ୭, ଗଜପତରୁ ଜଣେ, ଗଞ୍ଜାମ ୧୨, ଜଗତସିଂହପୁରରୁ ୨୯, ଯାଜପୁରରୁ ୨୮, ଝାରସୁଗୁଡ଼ାରୁ ୬, କେନ୍ଦ୍ରାପଡ଼ାରୁ୧୦, କେନ୍ଦୁଝରରୁ ୩, କୋରାପୁଟରୁ ୪, ମୟୂରଭଞ୍ଜ ୧୮, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୪, ପୁରୀ ୭, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୫, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୬ ଜଣ ଅଛନ୍ତି। ସେହିଭଳି ଷ୍ଟେଟ୍ ପୁଲ୍ରୁ ୬୩ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୨୪୪ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୦୬ ହଜାର ୩୨୦ଜଣ ସୁସ୍ଥ ହୋଇସାରିଛନ୍ତି। ୫,୭୩୬ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।