FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଶିଶୁ ସଂକ୍ରମଣରୁ ମିଳିଛି ଅଳ୍ପ ଆସ୍ୱସ୍ଥି ।

ଶିଶୁ ସଂକ୍ରମଣରୁ ମିଳିଛି ଅଳ୍ପ ଆସ୍ୱସ୍ଥି ।

ଶିଶୁ ସଂକ୍ରମଣରୁ ମିଳିଛି ଅଳ୍ପ ଆସ୍ୱସ୍ଥି ।
SHARE NOW :

ଭୁବନେଶ୍ୱର(ଲାଇଭ ଓଡ଼ିଶା ନ୍ୟୁଜ୍‌): ଗତ କିଛିଦିନର ରିପୋର୍ଟ ଅନୁଯାୟୀ କରୋନା ସଂକ୍ରମଣ ଉପରେ ନଜର ପକାଇଲେ ଶିଶୁ ସଂକ୍ରମଣ ଦୈନିକ ୧୦୦ ଉପରେ ରହୁଥିବାର ଦେଖିବାକୁ ମିଳୁଥିଲା । କିନ୍ତୁ ଗତ ୨୪ଘଣ୍ଟାର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଶିଶୁ ସଂକ୍ରମଣ ଉପରେ ବ୍ରେକ୍ ଲାଗିଛି । ଦୈନିକ ୧୦୦ ଉପରେ ରହୁଥିବା ଶିଶୁ ସଂକ୍ରମିତଙ୍କ ସଂଖ୍ୟା ଆଜି ୫୭ ରହିଛି । ସେହିପରି ମୋଟ ଉପରେ ୪୭୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୪ ଜଣ କ୍ୱାରେଣ୍ଟାଇନ୍ରେ ଥିବାବେଳେ ବାକି ୧୯୭ଟି ଲୋକାଲ୍ କେସ୍ ରହିଛି।


ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୬, ବରଗଡ଼ରୁ ୨, ଭଦ୍ରକରୁ ୪, ବଲାଙ୍ଗିରରୁ ଜଣେ , କଟକରୁ ୮୧, ଦେବଗଡ଼ରୁ ୨, ଢେଙ୍କାନାଳରୁ ୫, ଜଗତସିଂପୁରରୁ ୧୬, ଯାଜପୁରରୁ ୨୨, ଝାରସୁଗୁଡ଼ାରୁ ୩, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୩,ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୨୨, ନୟାଗଡ଼ରୁ ୭, ପୁରୀରୁ ୧୯, ସମ୍ବଲପୁରରୁ ଜଣେ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୮୩୩କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୨ ହଜାର ୧୨୮ସୁସ୍ଥ ହୋଇ ସାରିଥିବା ବେଳେ ୬୫୪୮ ଜଣ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *

Related Posts