FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଶିଶୁ ସଂକ୍ରମଣ ଉପରେ ଲାଗିଛି ବ୍ରେକ

ଶିଶୁ ସଂକ୍ରମଣ ଉପରେ ଲାଗିଛି ବ୍ରେକ

ଶିଶୁ ସଂକ୍ରମଣ ଉପରେ ଲାଗିଛି ବ୍ରେକ
SHARE NOW :

ଭୁବନେଶ୍ୱର(ଲାଇଭଓଡିଶା ନ୍ୟୁଜ): ଗତ କିଛିଦିନ ହେବ କରୋନାର ଦ୍ୱିତୀୟ ଲହରର ଚିନ୍ତାରୁ ଅଳ୍ପ ଆସ୍ୱସ୍ଥି ମିଳିବା ପରେ ଏବେ ତୃତୀୟ ଲହର କୁ ନେଇ ଚିନ୍ତା ଘାରୁଛି । କିଛି ଦିନ ହେବ ୧୮ ବର୍ଷରୁ କମ୍ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହୁଥିବାବେଳେ ଗତ ୨୪ ଘଣ୍ଟାର ରିପୋଟ ଅନୁଯାୟୀ ସେଥିରେ ସାମାନ୍ୟ ବ୍ରେକ୍ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୯୩ ଜଣ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି। ଏମାନଙ୍କ ମଧ୍ୟରୁ ୩୭୨ ଜଣ କ୍ୱାରେଣ୍ଟାଇନ୍ ବାକି ୨୬୬ ଲୋକାଲ୍ କେସ୍ ରହିଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, କେନ୍ଦ୍ରାପଡ଼ାରୁ ୧୫, ଅନୁଗୁଳରୁ ୧୭ , ପୁରୀରୁ ୧୮ ,ବାଲେଶ୍ୱରରୁ ୩୩, ବରଗଡ଼ରୁ ୭, ଭଦ୍ରକରୁ ୧୪, ବଲାଙ୍ଗିରରୁ ୨, ବୌଦ୍ଧରୁ ୧, କଟକରୁ ୬୬, ଦେବଗଡ଼ରୁ ୩, ଢେଙ୍କାନାଳରୁ ୯, ଗଜପତିରୁ ୯, ଗଂଜାମରୁ ୪, ଜଗତସିଂହପୁରରୁ ୨୨, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୨, କେନ୍ଦୁଝର ୧୪, କୋରାପୁଟରୁ ୩, ମାଲକାନଗିରିରୁ ୫,ମୟୂରଭଂଜରୁ ୨୨, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨, ,ସମ୍ବଲପୁରରୁ ୧୪, ସୁବର୍ଣ୍ଣପୁରରୁ ୨, ସୁନ୍ଦରଗଡ଼ରୁ ୧୫, ଷ୍ଟେଟପୁଲରୁ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Related Posts