ଶୀତରେ ଥରୁଛି ସାରା ଓଡିଶା

SHARE NOW :
ଫୁଲବାଣୀ(ଲାଇଭ ଓଡିଶା ବ୍ୟୁରୋ): ଶୀତରେ ଥରୁଛି ଓଡିଶା । ଆସ୍ତବ୍ୟସ୍ତ ହୋଇପଡିଲାଣୀ ଜନଜୀବନ । ଶୀତରେ ପ୍ରଭାବରୁ ଥରୁଛି ଉପାନ୍ତରୁ ଉପକୂଳ । ୧୦ ଡିଗ୍ରୀ ତଳକୁ ଖସିଲାଣି ଅଧା ଓଡ଼ିଶାର ତାପମାତ୍ରା । ଆଗାମୀ ୩ଦିନ ଯାଏ ମଧ୍ୟ ଶୀତ ଲହରୀ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଦିଗରୁ ଓଡ଼ିଶାର ସ୍ଥଳଭାଗକୁ ଆସୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ପାଇଁ ଜାଡ଼ ବଢିଛି ।ଅତି ତୀବ୍ର ଶୀତ ଲହରୀ ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସଚେତନ ସହ ସତର୍କତା ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ରାତିରେ ବାଇକ ଏବଂ ଖୋଲା କାରରେ ନବୁଲିବାକୁ ପରାମର୍ଶ ଦିଆଯାଇଛି । ଶିଶୁ ଏବଂ ବୟସ୍କ ବିନା ଶୀତବସ୍ତ୍ରରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଲଗାତର ୨ଦିନ ଧରି ଜାଡ଼ରେ ଥରୁଛି କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଓ ଫୁଲବାଣୀ । ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆହୁରି ୨ରୁ ୩ ଦିନ ଶୀତ ଲାଗି ରହିବ । ଦାରିଙ୍ଗବାଡ଼ି ଅଞ୍ଚଳରେ ଗତକାଲି ୩.୫ ଡିଗ୍ରୀ ଥିଲା ତାପମାତ୍ରା । ସେହିପରି ଫୁଲବାଣୀ ରେ ତାପମାତ୍ରା ୬.୫ ଡିଗ୍ରୀ ଥିଲା । ପୂରା କନ୍ଧମାଳ ଜିଲାରେ ଶୀତର ପ୍ରକୋପ ଦେଖିବାକୁ ମିଳୁଛି । ସକାଳ ୯ଟା ପର୍ୟ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଶୀତର ପ୍ରଭାବରେ ଲୋକଙ୍କ ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଦିନ ମଜୁରିଆ ମାନେ ସକାଳ ଆଠଟା ପରିବର୍ତ୍ତେ ସକାଳ ଦଶଟା ବେଳେ ଦୈନଦୀନ କାର୍ୟ୍ୟ ଆରମ୍ଭ କରୁଛନ୍ତି । ସ୍ଥାନେ ସ୍ଥାନେ ଶୀତରୁ ତ୍ରାହି ପାଇଁ ନିଆଁ ପୁଆଁଉଛନ୍ତି ଲୋକ ।ଅନ୍ୟପକ୍ଷରେ ନୀଳଗିରିରେ ମଧ୍ୟ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ପାହାଡ଼ ପର୍ବତଘେରା ଅଞ୍ଚଳରେ ଶୀତର ଲହରୀରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ପାରଦ ୧୧ ଡିଗ୍ରୀକୁ ଖସିଲାଣି । ଆସନ୍ତା ୩ଦିନ ପର୍ୟ୍ୟନ୍ତ ରାଜଧାନୀରେ ଶୀତ ଲହର ଅନୁଭୂତ ହେବ । ସହରର ସର୍ବୋଚ୍ଚ ତାପମାତ୍ରା ୨୪ଡିଗ୍ରୀ ଓ ସର୍ବନିମ୍ନ ୧୦ ଡିଗ୍ରୀ ରହିବ । ଶୀତ ପ୍ରଭାବରୁ ଦିନ ମଜୁରିଆ କାମ ନପାଇ ବ୍ୟତିବ୍ୟସ୍ତ ହୋଇପଡିଲେଣି । ଆଗାମି ୩ ଦିନ ଶୀତର ପ୍ରକୋପ ପାଇଁ ଉପଯୁକ୍ତ ଯତ୍ନବାନ ହେବା ଆବଶ୍ୟକ । ବୟସ୍କ ଏବଂ ଶିଶୁ ମାନଙ୍କର ଅଧିକ ଯତ୍ନ ନେବାପାଇଁ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।