FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଶେଷ ହୋଇଛି ପିପିଲି ଉପନିର୍ବାଚନର ପ୍ରଚାର

ଶେଷ ହୋଇଛି ପିପିଲି ଉପନିର୍ବାଚନର ପ୍ରଚାର

ଶେଷ ହୋଇଛି ପିପିଲି ଉପନିର୍ବାଚନର ପ୍ରଚାର
SHARE NOW :

ପୁରୀ(ଲାଇଭ୍ ଓଡିଶା ନ୍ୟୁଜ୍‌): ପିପିଲି ଉପନିର୍ବାଚନ ପାଇଁ ସୋମବାର ସଂଧ୍ୟାରେ ଶେଷ ହୋଇଛି ପ୍ରଚାର। ୩୦ ତାରିଖରେ ମତଦାନ ଥିବାବେଳେ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଥିଲା । ଭୋଟରଙ୍କ ପାଖରେ ପହଂଚିବାକୁ ଆଜି ଗୋଟିଏ ଦିନ ସମୟ ଥିବାରୁ ପ୍ରାର୍ଥୀ ଓ ସମର୍ଥକ ମାନେ ଆପ୍ରାଣ ଉଦ୍ୟମ କରିଛନ୍ତି ।


ଶାସକ ବିଜେଡି , ବିଜେପି ଓ କଂଗ୍ରେସର ଷ୍ଟାର୍ ପ୍ରଚାରକ ବିଭିନ୍ନ ପଞ୍ଚାୟତ ବୁଲି ସଭା ଓ ପ୍ରଚାର ଜାରି ରଖିଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନଙ୍କ ପାଇଁ ଭୋଟ୍ ମାଗିଛନ୍ତି ।


ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଦଳୀୟ କାର୍ଯ୍ୟାଳୟ ସହ ହାରାହାରି ୨୦ ପଞ୍ଚାୟତ ବୁଲି ଲୋକମାନଙ୍କ ପାଖରେ ପହଞ୍ଚିଛନ୍ତି । ବିଜେଡି ପକ୍ଷରୁ ମନ୍ତୀ ସୁଶାନ୍ତ କୁମାର ରାଉତ , ବିଧାୟକ ଅନନ୍ତ ନାରାୟଣ ଜେନା , ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସମୀର ଦାସ, ସଂଜୟ ଦାସ ବର୍ମା, ପିନାକୀ ମିଶ୍ରଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ସାମିଲ ଥିଲେ । ସେହିଭଳି ଏପି ପ୍ରତାପ ଷଡ଼ଙ୍ଗୀ ପିପିଲିର ଦାଣ୍ଡମୁକୁନ୍ଦପୁର ଓ ସିଂପୁର ପଞ୍ଚାୟତରୁ ବିଭିନ୍ନ ଗାଁକୁ ଯାଇ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି , ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ବିଭିନ୍ନ ପଞ୍ଚାୟତରେ ବୁଲି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts