ଶୈବ ପୀଠର ଉନ୍ନତିକରଣ ପାଇଁ ପ୍ରଶାସନଙ୍କୁ ନିବେଦନ

SHARE NOW :
କଳାହାଣ୍ଡି(ରାଇଚନ ଅଘରିଆ/ ଲାଇଭ୍ ଓଡିଶା ନ୍ୟୁଜ୍): ଚାରିଆଡ଼େ ଘଞ୍ଚ ବୃକ୍ଷରାଜି ଜଙ୍ଗଲ । ଜଙ୍ଗଲ ମଧ୍ୟରେ ଦୀର୍ଘ ବର୍ଷରୁ ପୂଜା ପାଉଛନ୍ତି ପାର୍ବତୀ ପତି ମହାଦେବା ଆଉ ବହୁତ ଦୂରଦୂରାନ୍ତର ରୁ ଛୁଟି ଆସୁଛନ୍ତି ଶୈବ ଭକ୍ତ ।ନିଜର ମନସ୍କାମନା ପୂର୍ଣ୍ଣ ହେଉଥିବାରୁ ଏଠାରେ ପ୍ରତିଦିନ ଜନ ସମାଗମ ଦେଖିବାକୁ ମିଳିଥାଏ ।ଏହି ଶୈବ ପୀଠ ହେଉଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଏଲି ଗାଁ ।
କିନ୍ତୁ ଏଲି ଗାଁ ଠୁ ମନ୍ଦିର ପାଖା ପାଖି ୨ କି.ମି । ମନ୍ଦିରଟି ଜଙ୍ଗଲ ମଧ୍ୟରେ ରହିଥିବାରୁ ଏଠାକୁ ଯିବାପାଇଁ ରାସ୍ତା ଘାଟର ସୁବିଧା ନାହିଁ । ଫଳରେ ଭକ୍ତମାନେ କାଦୁଅ ରାସ୍ତାରେ ଯିବାରେ ଅନେକ ଅସୁବିଧା ଦେଖିବାକୁ ମିଳିଛି ।
ଏ ଅଂଚଳର ଏହା ଜଣାଶୁଣା ଶୈବ ପୀଠ ହେଇଥିବାରୁ ଏଠାରେ ଅନେକ ପୂଜା ମହୋତ୍ସବ ହୁଏ କିନ୍ତୁ ତାହା ଡିବିର ଆଲୁଅ ମାଧ୍ୟମରେ । ସୁଚନା ଅନୁସାରେ ସ୍ଥାନୀୟ ବିଧାୟକ ଦିବ୍ୟଶଙ୍କର ମିଶ୍ର , ଶକ୍ତି ମନ୍ତ୍ରୀ ହେବାପରଠାରୁ ପାହାଡ ରେ ବସବାସ କରୁଥିବା ଗାଁକୁ ବିଦ୍ୟୁତ ପହଂଚିପାରିଛି । ପାଖ ଏଲି ଗାଁ ରୁ ମନ୍ଦିରକୁ ବିଦ୍ୟୁତ ସଂଯୋଗ କରାଗଲେ , ମନ୍ଦିରର ଅନେକ ଉନ୍ନତି ହୋଇପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ଓ ସ୍ଥାନୀୟ ପ୍ରଶାସନ ଓ ସରକାର କୁ ଅନୁରୋଧ କରିଛନ୍ତି ।
ଯେହେତୁ ଏଠାରେ ଶତାଧିକ ଲୋକ ଉପସ୍ଥିତ ରହନ୍ତି ସେଥି ନିମନ୍ତେ ମନ୍ଦିର ପରିସରରେ ଭୋଗର ବ୍ୟବସ୍ଥା ମଧ୍ୟ କରାଯାଏ କିନ୍ତୁ ଖରାଦିନେ ଏବଂ ବର୍ଷା ଦିନେ ଅନେକ ବାଧା ଦେଖିବାକୁ ମିଳିଥାଏ ।ଏକ ରୋଷେଇ ଗୃହ ନିର୍ମାଣ କରିବା ସହ ଏହାର ସୌନ୍ଦର୍ୟ୍ୟକରଣ ପାଇଁ ପ୍ରଶାସନ ବା ସରକାର ହାତ ବଢ଼ାଇଲେ ନିଶ୍ଚିତ ଭାବରେ ଏହା ଲୋକାଭିମୁଖୀ ହୋଇପାରିବ ବୋଲି ଲୋକେ କହିଛନ୍ତି । ହେଲେ ଦେଖିବାକୁ ବାକି ରହିଲା କେବେ ହେବ ମନ୍ଦିର ର ଉନ୍ନତି ।