FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଶ୍ରୀମନ୍ଦିର କୁ ନେଇ ଥିବା କଟକଣା ହେଲା କୋହଳ

ଶ୍ରୀମନ୍ଦିର କୁ ନେଇ ଥିବା କଟକଣା ହେଲା କୋହଳ

ଶ୍ରୀମନ୍ଦିର କୁ ନେଇ ଥିବା କଟକଣା ହେଲା କୋହଳ
SHARE NOW :

ପୁରୀ(ଲାଇଭଓଡିଶା ନ୍ୟୁଜ):କରୋନା କଟକଣା ଭିତରେ ପୁରୀ ଶ୍ରୀମନ୍ଦିର ମଧ୍ୟ ବାଦ୍ ପଡିନଥିଲା । ପ୍ରତି ସପ୍ତାହରେ ଶନି ଓ ରବିବାର ମନ୍ଦିର ବନ୍ଦ ରହିଆସୁଥିଲା କିନ୍ତୁ ଏଣିକି ଶନିବାର ବି ଖୋଲା ରହିବ ଶ୍ରୀମନ୍ଦିର। ଶ୍ରଦ୍ଧାଳୁମାନେ ଏଣିକି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏହା ସହିତ ଦୈନିକ ଦର୍ଶନ ଅବଧି ମଧ୍ୟ ୨ ଘଣ୍ଟା ବୃଦ୍ଧି କରାଯାଇଛି। ଆଜି ଭିଡିଓ କନଫରେନସିଂ ଜରିଆରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ କହିବା ଅନୁଯାୟୀ କେବଳ ସାନିଟାଇଜେସନ ପାଇଁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। ପୂର୍ବ ନିଷ୍ପତ୍ତି ଅନୁସାରେ ପୂଜାପର୍ବାଣୀରେ ବନ୍ଦ ରହିବ ଶ୍ରୀମନ୍ଦିର। ଆସନ୍ତା ୧୦ ତାରିଖ ଗଣେଶ ପୂଜା ଓ ୧୭ ତାରିଖରେ ବିଶ୍ୱକର୍ମା ପୂଜା ଦିନ ମନ୍ଦିର ବନ୍ଦ ରହିବ। ଅକ୍ଟୋବର ମାସରେ ମଧ୍ୟ ଶ୍ରୀମନ୍ଦିର ୩ ଦିନ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି।
ଶ୍ରୀମନ୍ଦିରରେ ପ୍ରବେଶ ନିମନ୍ତେ ଜାରି କରୋନା କଟକଣାକୁ ପୂର୍ବ ପରି ଲାଗୁ କରାଯିବ। ଏଥିନିମନ୍ତେ ଶ୍ରଦ୍ଧାଳୁଙ୍କୁ ଆଧାର କାର୍ଡ ସହ ଡବଲ ଡୋଜ ଭ୍ୟାକସିନ୍ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ। ଯେଉଁମାନେ ସିଙ୍ଗଲ ଡୋଜ ନେଇଥିବେ, ସେମାନେ ୭୨ ଘଣ୍ଟା ମଧ୍ୟରେ କରିଥିବା ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇ ମନ୍ଦିରରେ ପ୍ରବେଶ କରିପାରିବେ।

Leave a Reply

Your email address will not be published. Required fields are marked *

Related Posts