FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସଂଗଠନ ମଜବୁତ ପାଇଁ ମହେଶ୍ୱରଙ୍କ ମନ୍ତ୍ର

ସଂଗଠନ ମଜବୁତ ପାଇଁ ମହେଶ୍ୱରଙ୍କ ମନ୍ତ୍ର

ସଂଗଠନ ମଜବୁତ ପାଇଁ ମହେଶ୍ୱରଙ୍କ ମନ୍ତ୍ର
SHARE NOW :

ଭୁବନେଶ୍ୱର (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ତେଣୁ ଦଳକୁ ସୁସଂଗଠିତ କରିବା ପାଇଁ ବିଜେଡି ନିଜର ଅଭିଯାନ ଜାରି ରଖିଛି । ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ନେତା ଓ କର୍ମୀଙ୍କୁ ଭେଟି ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ପରାମର୍ଶ ଦେଉଛନ୍ତି । ଏହି କ୍ରମରେ ଆଜି ବାରିପଦା ସଭାଗୃହରେ ଆୟୋଜିତ ବିଜୁ ଜନତା ଦଳ ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଜେଡିର ବରିଷ୍ଠ ନେତା ଏବଂ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଯୋଗଦେଇଥିଲେ । ଦଳର ସାଂଗଠନିକ ପକ୍ରିୟାକୁ ସମୀକ୍ଷା କରିବା ସହ ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ମଜବୁତ କରିବା ପାଇଁ କର୍ମୀମାନଙ୍କୁ ଦିଗଦର୍ଶନ ଦେଇଛନ୍ତି । ଏହି ବୈଠଳରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀର ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Related Posts