ସଙ୍କରଡା ପଞ୍ଚାୟତର ନୂତନ ଗୃହ ରାୟଗଡା ବିଧାୟକଙ୍କ ଦ୍ବାରା ଉଦଘାଟନ

SHARE NOW :
ରାୟଗଡା (ଲାଇଭ୍ ଓଡିଶା ନ୍ୟୁଜ୍): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସଙ୍କରଡା ପଞ୍ଚାୟତର ନୂତନ ପଞ୍ଚାୟତ ଗୃହକୁ ଗତ ବୁଧବାରଦିନ ଉଦଘାଟନ କରାଯାଇଛି । ଉକ୍ତ ସଭାରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏବଂ ସମ୍ମାନିତ ଅତିଥିଭାବେ କାଶୀପୁର ବ୍ଲକ ଅଧ୍ୟକ୍ଷା ରୁଆଇ ମାଝୀ,କାଶୀପୁର ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ,ସରପଞ୍ଚ ଅମିନ ମାଝୀଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ।

ଅତିଥିମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଯିବା ସହିତ ସମ୍ପୂର୍ଣ କୋଭିଡ ଗାଇଡ ଲାଇନ ଅନୁସାରେ ଉଦଘାଟନ ଉତ୍ସବକୁ ପାଳନ କରାଯାଇଥିଲା । ଏହାପରେ ବିଧାୟକ ମକରନ୍ଦ ମୁଦୁଲି ନୁତନ ପଞ୍ଚାୟତ ଗୃହରେ ଫିତା କାଟିବା ସହିତ ଉଦଘାଟନ କରିିଛନ୍ତି । ପରିଶେଷରେ ଉକ୍ତ ଗୃହ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସେହି ବୈଠକରେ ମୁଖ୍ୟ ଅତିଥି ଓ ସମ୍ନାନିତ ଅତିଥିଗଣ ଯୋଗ ଦେଇଥିଲେ ।
