- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ସମ୍ଭାବ୍ୟ ତୃତୀୟ ଲହର, ଓଡିଶାରେ କୌଣସି ପ୍ରଭାବ ପକାଇବ ନାହିଁ: ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ସମ୍ଭାବ୍ୟ ତୃତୀୟ ଲହର, ଓଡିଶାରେ କୌଣସି ପ୍ରଭାବ ପକାଇବ ନାହିଁ: ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

SHARE NOW :
ଭୁବନେଶ୍ୱର (ଲାଇଭ୍ ଓଡିଶା ନ୍ୟୁଜ୍): କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହର ଓଡିଶାରେ କୌଣସି ପ୍ରଭାବ ପକାଇ ନ ପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ରାଜ୍ୟରେ କରାଯାଇଥିବା ସେରୋ ସର୍ଭେର ଫଳାଫଳ ଅନୁଯାୟୀ, ସ୍ୱାସ୍ଥ୍ୟ କର୍ମୀମାନେ ୯୩% ଆଣ୍ଟିବଡି ବିକଶିତ କରିଥିବାବେଳେ ସାଧାରଣ ଲୋକଙ୍କ ୭୩% ଆଣ୍ଟିବଡି ସହିତ ରୋଗ ପ୍ରତିରୋଧକ ଶକ୍ତି ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ସାନ ଏବଂ ବୟସ୍କ ଗୋଷ୍ଠୀ ଏବଂ ପିଲାମାନଙ୍କର ବିକଶିତ ଆଣ୍ଟିବଡି ସନ୍ତୋଷଜନକ ଥିବା ବେଳେ , ଯେଉଁମାନେ ଟିକାକରଣ କରିଛନ୍ତି ସେମାନେ ମଧ୍ୟ ଉପଯୁକ୍ତ ସ୍ତରରେ ଆଣ୍ଟିବଡି ବିକଶିତ କରିଛନ୍ତି ବୋଲି ସେ ଦର୍ଶାଇଛନ୍ତି ।
ଓଡିଶାରେ ବର୍ତ୍ତମାନର ସଂକ୍ରମଣ ପରିସ୍ଥିତି ନିୟନ୍ତ୍ରଣଧୀନ ରହିଛି ।ଏସବୁକୁ ଦୃଷ୍ଟିରେ ଆଗରେ ରଖି ଏହା ଆଶା କରାଯାଉଛି ଯେ, କରୋନାର ସମ୍ଭାବ୍ୟ ତୃତୀୟ ଲହର ଓଡିଶାରେ କୌଣସି ପ୍ରଭାବ ପକାଇବ ନାହିଁ।