FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସିନାପାଲିର ବିଦ୍ୟୁତ ସମସ୍ୟାକୁ ନେଇ ଶକ୍ତି ମନ୍ତ୍ରୀଙ୍କୁ ଦାବିପତ୍ର

ସିନାପାଲିର ବିଦ୍ୟୁତ ସମସ୍ୟାକୁ ନେଇ ଶକ୍ତି ମନ୍ତ୍ରୀଙ୍କୁ ଦାବିପତ୍ର

ସିନାପାଲିର ବିଦ୍ୟୁତ ସମସ୍ୟାକୁ ନେଇ ଶକ୍ତି ମନ୍ତ୍ରୀଙ୍କୁ ଦାବିପତ୍ର
SHARE NOW :

ନୂଆପଡା(ରମେଶ ମେହେର/ ଲାଇଭ ଓଡିଶା ନ୍ୟୁଜ): ନୂଆପଡା ଜିଲ୍ଲା ସିନାପାଲି ରେ ବିଭିନ୍ନ ସମୟରେ ବିଦ୍ୟୁତ ସମସ୍ୟା ଦେଖାଦେଉଥିବା ନେଇ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ବିଭିନ୍ନ ସମୟରେ ତାର ଛିଣ୍ଡି ଲୋକଙ୍କ ଧନଜୀବନ ହାନି ଘଟୁଥିବା ଘଟଣା ନଜର କୁ ଆସୁଛି। ସେଥିପାଇଁ ସିନାପାଲି ବ୍ଲକ ର ବିଭିନ୍ନ ସ୍ଥାନରେ ଥିବା ପୁରୁଣା ଖମ୍ବ ପରିବର୍ତ୍ତେ ନୂତନ ଖମ୍ବ ଲଗେଇବା ସହ ନୂଆ ତାର ସଂଯୋଗ ପାଇଁ ଦାବି କରାଯାଇଛି। ଏ ନେଇ ସିନାପାଲି ଯୁବଗୋଷ୍ଠୀ ଓ ବିଜେଡ଼ି ର କର୍ମକର୍ତ୍ତା ମାନନୀୟ ମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

ଦାବିପତ୍ର ପ୍ରଦାନ ସମୟରେ ନୂଆପଡା ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଲମ୍ବୋଧର ନିଆଲ ,ସିନାପାଲି ବ୍ଲକ ସଭାପତି ବିରେନ୍ଦ୍ର ଖମାରି, ସମ୍ପାଦକ ଦୈତାରି ମେହେର ,ଉଦନ୍ତୀ ଯୁବକ ସଂଘ ସଭାପତି ସୁରଜ ମେହେର ,ମା ଠାକୁରାଣୀ ଆଜାଦ କ୍ଳବ ସଦସ୍ୟ ରାହୁଲ ରଣା, ଗୟାରାମ ମେହେର, ଗରୁଡ଼ଧ୍ଵଜ ବେହେରା, ଗୋପୀନାଥ ବେହେରା, ସଞ୍ଜୟ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Related Posts