FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସିରିଙ୍କୁଆ ଗ୍ରାମର ସାରିଙ୍ଗିଆ ସାହିକୁ ନାହିଁ ରାସ୍ତା: ଖଟିଆରେ ବୁହାହେଲେ ରୋଗୀ

ସିରିଙ୍କୁଆ ଗ୍ରାମର ସାରିଙ୍ଗିଆ ସାହିକୁ ନାହିଁ ରାସ୍ତା: ଖଟିଆରେ ବୁହାହେଲେ ରୋଗୀ

ସିରିଙ୍କୁଆ ଗ୍ରାମର ସାରିଙ୍ଗିଆ ସାହିକୁ ନାହିଁ ରାସ୍ତା: ଖଟିଆରେ ବୁହାହେଲେ ରୋଗୀ
SHARE NOW :

କେନ୍ଦୁଝର(ଦୀପକ କୁମାର ନାୟକ/ ଲାଇଭ୍ ଓଡିଶା ନ୍ୟୁଜ୍‌): ଦେଶର ପ୍ରତ୍ୟେକ ଗ୍ରାମରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟକାରୀ ହେବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ତାହା କେତେଦୁର କାର୍ଯ୍ୟକାରୀ ହେଉଛି ତାର ହିସାବ କାହା ପାଖରେ ବି ନାହିଁ । ଆଜି ପର୍ଯ୍ୟନ୍ତ ବି କେତେଗୁଡିଏ ଗ୍ରାମକୁ ସଡକ ନଥିବା ହେତୁ ଲୋକମାନେ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରୁ ନାହାନ୍ତି ଯାହା ଫଳରେ ଅନେକ ଲୋକଙ୍କ ମୁତ୍ୟୃ ହେଉଛି । ଅନେକ ଯାଗାରେ ରାସ୍ତା ନଥିବାରୁ ରୋଗୀ ମାନେ ଖଟିଆରେ ବୁହା ହେବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ ।


କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭୂଇଁ ପୁର ପଂଚାୟତ ସାରିଙ୍ଗିଆ ସାହିର ପରମେଶ୍ୱର ନାଏକ ଦୀର୍ଘ ଏକ ସପ୍ତାହରୁ ଅଧିକ ଦିନ ହେବ ଜ୍ୱରରେ ପୀଡିତ ଥିଲେ ସ୍ଥିତି ବିଗିଡିବାରୁ ତାଙ୍କ ଘର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଟି ନଯାଇ ପାରି ଗାଁ ମୁଣ୍ଡରେ ଅଟକି ରହିଥିଲା । ଶେଷରେ ୩ ପୁଅ ଏକ ଖଟିଆରେ ବାପାଙ୍କୁ ବୋହି ପ୍ରାୟ ୨ କିଲୋମିଟର ଆଣିବା ପରେ ସେଠୁ ଆମ୍ବୁଲାନ୍ସ ଦ୍ୱାରା ଚମ୍ପୁଆ ଡାକ୍ତର ଖାନାକୁ ଆଣି ଚିକିତ୍ସା ପାଇଁ ଭର୍ତି କରାଇଥିଲେ ।


ସୂଚନା ମୁତାବକ ଏହି ସାହିକୁ ରାସ୍ତା ନ ଥିବାରୁ କିଛି ବର୍ଷ ତଳେ ଗ୍ରାମବାସୀ ଜିଲ୍ଲପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ରାସ୍ତା ପାଇଁ ଗୁହାରି କରିସାରିଥିଲେ ହେଁ ରାସ୍ତା ପାଇଁ କେହିଁ ଗୁରୁତ୍ୱ ଦେଉନଥିବାରୁ ଆଜି ଏଭଳି ଦୃଷ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Related Posts