FOLLOW US ON SOCIAL

  1. Home
  2. »
  3. ଅପରାଧ
  4. »
  5. ସୁଧ ଟଙ୍କା ମାଗିବାରୁ ବୃଦ୍ଧାଙ୍କୁ ହତ୍ୟା

ସୁଧ ଟଙ୍କା ମାଗିବାରୁ ବୃଦ୍ଧାଙ୍କୁ ହତ୍ୟା

ସୁଧ ଟଙ୍କା ମାଗିବାରୁ ବୃଦ୍ଧାଙ୍କୁ ହତ୍ୟା
SHARE NOW :

ଲାଇଭଓଡ଼ିଶା ବ୍ୟୁରୋ; ଜଗତସିଂହ ପୁର ଜିଲ୍ଳା ଏରସମ ଥାନା କୁଞ୍ଜକୋଠି ଗାଁରେ ଚାଞ୍ଜଲ୍ୟ । ସୁଧ ଟଙ୍କା ମାଗିବାରୁ ଘରକୁ ଡାକି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଯୁବକ । ମାମଲାରେ ପୋଲିସ ଜଣେ ଯୁବକଙ୍କ ସହ ଗାଁର ଜଣେ ବୃଦ୍ଧଙ୍କୁ ଥାନାରେ ଅଟକ ରଖିଛି । ସୂଚନା ଅନୁସାରେ କୁଞ୍ଜକୋଠି ଗାଁର ତୁଳସୀ ମଣ୍ଡଳ ସୁଧ କାରବାର କରନ୍ତି । ଗାଁର ସଞ୍ଜୟ ନାମକ ଯୁବକ ତୁଳସୀଙ୍କ ଠାରୁ ଟଙ୍କା ସୁଧକୁ ନେଇଥିଲେ । ହେଲେ ଧାର‌୍ୟ୍ୟ ସମୟରେ ଧାର ଟଙ୍କାର ସୁଧ ଦେଇନଥିଲେ । ଆଉ ତୁଳସୀ ସୁଧ ମାଗିବାରୁ ଘରକୁ ଡାକିଥିଲେ ସଞ୍ଜୟ ।ଗତକାଲି ସୁଧ ଟଙ୍କା ଆଣିବାକୁ ତୁଳସୀ ମଣ୍ଡଳ, ସଞ୍ଜୟଙ୍କ ଘରକୁ ଯାଇ ଫେରି ନଥିଲେ । ଏନେଇ ତୁଳସୀଙ୍କ ପରିବାର ଲୋକ ଏରସମା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ବାହାରୁ ପରିବାର ସହ ପହଞ୍ଚିଥିଲା ସଞ୍ଜୟ । ପୋଲିସକୁ ଦେଖି ଫେରାର୍ ହୋଇ ଯାଇଥିଲା । ପରେ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରି କନାଗୁଳିରୁ ମୁଖ୍ୟ ଅଭିଯୁକ୍ତ ସଞ୍ଜୟକୁ ଗିରଫ କରିଛି ।

Leave a Reply

Your email address will not be published.

Related Posts