ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ):ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଧାରଣା ଦିଆଯାଇଛି ।ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।ଗତ ୧୦ ତାରିଖରେ ରାଜଧାନୀରେ ଛାତ୍ର କଂଗ୍ରେସର ଶାନ୍ତି ପୂର୍ଣ୍ଣ ଆନ୍ଦୋଳନରେ କମିଶନରେଟ ପୋଲିସ ଲାଠି ଚାର୍ଜ କରିବା ସହିତ ଅମାନୁଷିକ ଭାବେ ଅତ୍ୟାଚାର କରିଥିବା ଅଭିଯୋଗ କରି କଂଗ୍ରେସ କର୍ମୀମାନେ ଏହି ଆନ୍ଦୋଳନ କରିଛନ୍ତି ।ତେବେ ମମିତା ମେହରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଛାତ୍ର କଂଗ୍ରେସ ପକ୍ଷରୁ ଗଣତାନ୍ତ୍ରୀକ ପଦ୍ଧତିରେ ପ୍ରତିବାଦ ଶୋଭାଯାତ୍ରା ବେଳେ ପୋଲିସ ବର୍ବରୋଚିତ ଭାବେ ଲାଠି ଚାର୍ଜ କରି ଛାତ୍ର କଂଗ୍ରେସ ଉପରେ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି ।ତେବେ ଏହି ଘଟଣାରେ ଲାଠି ଚାର୍ଜ ଆଦେଶ ଦେଇଥିବା ଦୁଇ ପୋଲିସ ଅଧିକାରୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହିତ ଗୃହ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତାପା ଦାବୀ କରିଛନ୍ତି ।