FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସୁବର୍ଣ୍ଣପୁର: ଡୁଙ୍ଗୁରିପାଲିରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲିରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲିରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
SHARE NOW :

ସୁବର୍ଣ୍ଣପୁର(ନରେଶ ପଧାନ/ ଲାଇଭ୍ ଓଡିଶା ନ୍ୟୁଜ୍): ଫୁଟବଲ ହେଉଛି ଏକ ଖେଳ ଯେଉଁଥିରେ କି ଖେଳାଳି ଦେଶର ଗୌରବ ରଖିବା ସହ ନିଜର ଶରୀରକୁ ମଧ୍ୟ ଠିକ୍ ରଖିଥାଏ । ବହୁ ଦଶନ୍ଧି ଧରି ଏହି ଖେଳ ଆମ ଦେଶରେ ଚାଲିଅଛି । ସୁବର୍ଣ୍ଣପୁର ଜିଲ୍ଲା, ଡୁଙ୍ଗୁରିପାଲି ବ୍ଲକ, ସୁଲେଇ National youth club ଆନୁକୁଲ୍ୟରେ ଏକ ପଞ୍ଚମ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।


ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିନରେ ଫାଇନାଲ କୁ ପ୍ରବେଶ କରି କଦଳୀପାଳି ଫୁଟବଲ ଟିମ ଏବଂ ହରଭଙ୍ଗା ଫୁଟବଲ ଟିମ ମଧ୍ୟରେ ରୋମାଞ୍ଚକର ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଖେଳ ଦେଖିବାକୁ ବହୁ ଦୁର ଦୁରାନ୍ତରୁ ଲୋକେ ଆସି ଖେଳକୁ ଉପଭୋଗ କରୁଥିଲେ । ପରିଶେଷରେ କଦଳୀପାଳି ଫୁଟବଲ ଟିମ ପ୍ରଥମ ପୁରସ୍କାର ଜିତିଥିବା ବେଳେ ହରଭଙ୍ଗା ଫୁଟବଲ ଟିମ ଦ୍ଵିତୀୟ ପୁରସ୍କାରର ଅଧିକାରୀ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Related Posts