FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସୁବର୍ଣ୍ଣପୁର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତୀକ ଧାରଣା

ସୁବର୍ଣ୍ଣପୁର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତୀକ ଧାରଣା

ସୁବର୍ଣ୍ଣପୁର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତୀକ ଧାରଣା
SHARE NOW :

ସୁୁବର୍ଣ୍ଣପୁର( ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତୀକ ଧାରଣା ଦିଆଯାଇଛି ।ଶିକ୍ଷକମାନେ ବିଦ୍ୟାଳୟ ନିର୍ଘଣ୍ଟ ପରେ ଅପରାହ୍ନ ୨ଟାରୁ ଏହି ପ୍ରତୀକ ଧାରଣା ଆରମ୍ଭ କରିଛନ୍ତି ।ଗତ ୧୪ ନଭେମ୍ବରରେ ଶିକ୍ଷକ ସଂଘ ପକ୍ଷରୁ ଧାରଣା ଦିଆଯାଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଧାରଣାସ୍ଥଳକୁ ପହଂଚି ଶିକ୍ଷକମାନଙ୍କ ଦାବୀ ସଂପର୍କରେ ଆଲୋଚନା କରିବା ସହିତ ଦାବୀ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।ହେଲେ ଦାବୀ ପୂରଣ ନ ହେବାରୁ ଆଜି ପୁଣି ଧାରଣା ଆରମ୍ଭ କରାଯାଇଛି ।ଶିକ୍ଷକମାନେ ତୁରନ୍ତ ପଦୋନ୍ନତି କାର୍ଯ୍ୟ ଶେଷ କରିବା ପାଇଁ ଦାବୀ ଜଣାଇଥିଲେ ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେପ୍ଟେମ୍ବର ଶେଷ ସୁଦ୍ଧା ପଦୋନ୍ନତି କାର୍ଯ୍ୟ ଶେଷ ହେବା କଥା ।ଯୋଗ୍ୟ ଶିକ୍ଷକମାନେ ଭିଏ ରୁ ଭିବି କୁ ପଦୋନ୍ନତି ହେବା କଥା ।ହେଲେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅବହେଳା ଯୋଗୁଁ ପଦୋନ୍ନତି କାର୍ଯ୍ୟ ଶେଷ ହୋଇ ପାରିନାହିଁ ।ଦୁଇ ଦିନ ଭିତରେ ଦାବୀ ପୂରଣ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।ଦାବୀ ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts