ସୁବର୍ଣ୍ଣପୁର: ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

SHARE NOW :
ସୁବର୍ଣ୍ଣପୁର(ଲାଇଭ୍ ଓଡିଶା ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ନିର୍ବାଚନୀ ମଣ୍ଡଳ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ସ୍ଥାନୀୟ ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଜିଲ୍ଲା ପର୍ୟ୍ୟବେକ୍ଷକ ପ୍ରଦୀପ ଅମାତ ଯୋଗ ଦେଇ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ।
ଉକ୍ତ କର୍ମୀମାନେ , ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣ କାରୀ ଯୋଜନା ଉପରେ ସଚେତନ କରିବା ସହ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଆହ୍ବାନ ଦେଇଛନ୍ତି । ଏହି ଅବସରରେ କୋଭିଡ ଆଇସିୟୁ, ଶବ ସଂରକ୍ଷଣ ଗୃହର ଉଦଘାଟନ କରାଯାଇଥିଲା। ପରେ ଏକ ବିଶାଳ ଶୋଭାଯାତ୍ରାରେ ବିରମହାରାଜପୁର ଛକ ଦେଇ କଲ୍ୟାଣ ମଣ୍ଡପରେ ପହଂଚି କର୍ମୀମାନଙ୍କୁ ସମ୍ବୋଧନ କରାଯାଇଥିଲା।