- Home
- »
- Breaking News
- »
- ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ହେରଫେର୍, ଅନ୍ୟ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ହେରଫେର୍, ଅନ୍ୟ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ); ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜାତୀୟ ସ୍ୱାସ୍ଥ୍ୟମିଶନ ଆକାଉଣ୍ଟରେ ବଡ ହେରଫେର । ପ୍ରାୟ ୫କୋଟି ଟଙ୍କାର ହେରଫେର ମ।।ମଲା ସାମ୍ନାକୁ ଆସିଛି । ପୂର୍ବରୁ ରାଜ୍ୟ କ୍ରାଇମବ୍ରାଞ୍ଚ ଏଥିରେ ସାମିଲ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ପୁଣି ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ତେବେ ଗିରଫ ଯୁବକକୁ ଆଜି ସୋନପୁର କୋର୍ଟ ଜାଲାଣ କରାଯାଇଛି । ଗିରଫ ଯୁବକ ଜଣକ ଭୁବନେଶ୍ୱରର ଅବିନାଶ କୁମାର ପଧାନ ।ଗତ ୭ ଅପ୍ରେଲ ୨୦୨୧ରେ ଜିଲ୍ଲା ପୋଲିସର ପରାମର୍ଶ ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପାଞ୍ଚ କୋଟି ଟଙ୍କା ହେରଫେର ହେବା ଜଣା ପଡିବା ପରେ ରାଜ୍ୟ କ୍ରାଇମବ୍ରାଞ୍ଚ ପାଖରେ ଅଭିଯୋଗ କରିଥିଲେ।କ୍ରାଇମବ୍ରାଞ୍ଚ ଏହାର ଅନୁସନ୍ଧାନ କରି ପୂର୍ବରୁ ଏହି ଟଙ୍କା ଆତ୍ମସାତ ମାମଲାରେ ତିନିଜଣଙ୍କୁ ଗିରଫ କରିବା ସହିତ ପ୍ରାୟ ତିନି କୋଟି ୩୦ ଲକ୍ଷ ଟଙ୍କା ଫ୍ରିଜ କରିଥିଲେ।ତେବେ ପୂର୍ବରୁ ଆକାଉଣ୍ଟାଣ୍ଟ ଭାବେ କାର୍ୟ୍ୟ କରୁଥିବା ଭବାନୀପାଟଣାର ରାଜକିଶୋର ନାୟକ ଓ ଅନନ୍ତ ଚରଣ ପ୍ରଧାନ ସହିତ ରାଉରକେଲାର ସମୀର କୁମାର ପତି ଏହି ଘଟଣାରେ ଗିରଫ ହୋଇଥିଲେ।ତେବେ କମ୍ପୁଟର ହ୍ୟାକ କରିବା ସହିତ ଇ ଟ୍ରାନ୍ସଫର କରି ପାଞ୍ଚ କୋଟିରୁ ଅଧିକ ଟଙ୍କା ହେରଫେର କରାଯାଇଥିଲା।ଅଭିଯୁକ୍ତ ଅବିନାଶ କୁମାର ପଧାନ ସହଯୋଗ କରିଥିବା ଅଭିଯୋଗରେ ତାକୁ କ୍ରାଇମବ୍ରାଞ୍ଚ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।