FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ହନିଟ୍ରାପ ଜରିଆରେ ହେଉଥିଲା ତଥ୍ୟ ଲିକ୍‌

ହନିଟ୍ରାପ ଜରିଆରେ ହେଉଥିଲା ତଥ୍ୟ ଲିକ୍‌

ହନିଟ୍ରାପ ଜରିଆରେ ହେଉଥିଲା ତଥ୍ୟ ଲିକ୍‌
SHARE NOW :

ବାଲେଶ୍ୱର(ଲାଇଭଓଡିଶା ନ୍ୟୁଜ): ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ତଥ୍ୟ ଲିକ ଘଟଣା କୁ ନେଇ ଗିରଫ ୪ ଅଭିଯୁକ୍ତ କ୍ଷେପଣାସ୍ତ୍ର ଘାଟିର କ୍ୟାମ୍ପସ ଭିତରେ ଥିବା ବ୍ୟାଙ୍କରୁ ବିଦେଶୀ ମୁଦ୍ରା କାରବାର କରିଛନ୍ତି । ସୂଚନା ଅନୁସାରେ, ହନି ଟ୍ରାପ ଜରିଆରେ ହେଉଥିଲା ତଥ୍ୟ ଲିକ୍ । ପାକିସ୍ତାନର ଜଣେ ମହିଳାଙ୍କ ସହ ଗିରଫ ଠିକା କର୍ମଚାରୀ ଯୋଗାଯୋଗରେ ଥିଲେ । ଜଣକ ପରେ ଜଣେ ଏହି ମହିଳାଙ୍କ ସହ ସମସ୍ତ ଅଭିଯୁକ୍ତଙ୍କ ସମ୍ପର୍କ ହୋଇଥିବା ଜଣାପଡିଛି ।


ଗିରଫ ୪ ଜଣକ ମଧ୍ୟରୁ ପାକ ମହିଳାଙ୍କ ସହ ବସନ୍ତ ବେହେରାର ଅଧିକ ସମ୍ପର୍କ ଥିଲା । ମହିଳାଙ୍କ ସହ ହ୍ୱାଟ୍ସଅପ ଭିଡିଓରେ ଭିଡିଓ କଲିଂ ଓ ଚାଟ କରୁଥିଲା ବସନ୍ତ । ଏପିରିକି ଅଶ୍ଲୀଳ ଭିଡିଓ ଚାଟ ବି ହୋଇଥିବା ତଥ୍ୟ ସାମ୍ନାକୁ ଆସୁଛି । ବସନ୍ତ ମାଧ୍ୟମରେ ଅନ୍ୟ ଅଭିଯୁକ୍ତଙ୍କ ସହ ମହିଳାଙ୍କ ସମ୍ପର୍କ ଯୋଡି ହୋଇଥିଲା।


ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତ୍ୟେକ ଦିନର କାର‌୍ୟ୍ୟର ତଥ୍ୟ ପାଇବା ଲାଗି ମହିଳା ଜଣଙ୍କ ବିଭିନ୍ନ ବାହାନାରେ ଟଙ୍କା ପଠାଉଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ପାକିସ୍ତାନୀ ମହିଳାଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ । ଅନ୍ତର୍ଜାତିକ କଲ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ ହେଉଥିବା ବେଳେ ଟଙ୍କା ପାଇବା ଆଶାରେ ହନିଟ୍ରାପରେ ଫସିଯାଇଥିଲେ ଏହି ୪ ଠିକା କର୍ମଚାରୀ ।

Leave a Reply

Your email address will not be published. Required fields are marked *

Related Posts