FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ହସ୍ତଶିଳ୍ପ କାରିଗରୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ବୈଠକ

ହସ୍ତଶିଳ୍ପ କାରିଗରୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ବୈଠକ

ହସ୍ତଶିଳ୍ପ କାରିଗରୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ବୈଠକ
SHARE NOW :

ରାୟଗଡ଼ (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଜିଲ୍ଲାସ୍ତରୀୟ ହସ୍ତଶିଳ୍ପୀ ଓ କାରିଗରୀମାନଙ୍କ ବିକାଶ ନିମନ୍ତେ ବୈଠକ ସ୍ଥାନୀୟ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧକ୍ଷତାରେ ଢ଼ୋକରl, ଟେରାକଟା, ବାଉଁଶ ଓ ବସ୍ତ୍ର ଯୋଡ଼ା ଶିଳ୍ପୀମାନଙ୍କ ଜୀବନଜୀବିକାର ବୃଦ୍ଧି ଓ ହସ୍ତଶିଳ୍ପର ବିକାଶ ନିମନ୍ତେ କାରିଗରୀମାନଙ୍କୁ ତାଲିମ ପ୍ରଦାନ କରାଯିବ ନେଇ ଆଲୋଚନା ହୋଇଥିଲା l

କାରିଗରୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ମାଷ୍ଟର କ୍ରାଫ୍ଟ ମେନ ତାଲିମ ପ୍ରଦାନ ପାଇଁ ପ୍ରାର୍ଥୀ ଚୟନ କରାଯିବ l ସେହିପରି ଡଙ୍ଗରିଆ ସlଲ ବୁଣିବl ନିମନ୍ତେ 15ଜଣ ଡ଼ଙ୍ଗରିଆ ଆଦିବାସୀ ମହିଳାଙ୍କୁ ତାଲିମ ପ୍ରଦାନ କରାଯିବ l ଶିଳ୍ପୀ ଉନ୍ନତି ଯୋଜନାରେ 20ଜଣ ଶିଳ୍ପୀଙ୍କୁ 50ହଜାର ଟଙ୍କା ଋଣ ଆକାରରେ ସହlୟତା ଯୋଗାଇ ଦିଆଯିବ l ହସ୍ତାଶିଳ୍ପ ଓ କୁଟୀର ଶିଳ୍ପର ବିକାଶ ପାଇଁ ତାଲିମ ପ୍ରଦାନ କରାଯିବ l ଅଣୁ ,କ୍ଷୁଦ୍ର, ମଧ୍ୟମ ଉଦ୍ଧ୍ୟଗ ବିଭାଗ ତରଫରୁ ଯାନ୍ତ୍ରିକ ଜ୍ଞାନ କୌଶଲ ତାଲିମ ପ୍ରଦାନ କରିବ l ଓରମାସ ଉତ୍ପାଦିତ ଦ୍ରବ୍ୟର ବିପଣଣରେ ସହଯୋଗ କରିବ ଏବଂ ଵ୍ୟାଙ୍କ ସଂସ୍ଥା ଆର୍ଥିକ ସହାୟତା ଯୋଗାଇ ଦେବ l
ବିଷମକଟକ ବ୍ଲକର ଝିଗିଡିରେ ଢ଼ୋକର ତାଲିମ ପ୍ରଦାନ କରାଯିବ, କାଶୀପୁର ବ୍ଲକର ଶୋରିଷ ପଦର ଗ୍ରାମରେ ଟେରେକଟା, ମୁନିଗୁଡା ବ୍ଲକର ମୁନିଖୁଲରେ ବାଉଁଶ ଶିଳ୍ପ, ଥେରୁବାଲିରେ ବସ୍ତ୍ର ଯୋଡ଼େଇ ଓ ବିଷମ କଟକ ବ୍ଲକର ରୋଡଙ୍ଗ ଠାରେ ଡ଼ଙ୍ଗରିଆ ଶାଲ ବୁଣିବା ଉପରେ ତାଲିମ ପ୍ରଦାନ କରାଯିବ l ଏହି ବୈଠକରେ ଲିଡ଼ ଵ୍ୟାଙ୍କ ମେନେଜର ଭାରତୀୟ ଷ୍ଟେଟ ଵ୍ୟାଙ୍କ, ଲିଡ଼ ଵ୍ୟାଙ୍କ ଡିସଟ୍ରିକ୍ଟ ମେନେଜର,ନାବାର୍ଡ,ଡିପିଏମ, ଓରମାସ,ଓ ମାଷ୍ଟର କ୍ରାଫ୍ଟ ମ୍ୟାନ ସୋରିଷ ପଦର ଏବଂ ଝିଗିଡି ଜଗଦାନ କରିଥିଲେ l

Leave a Reply

Your email address will not be published. Required fields are marked *

Related Posts