- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ହାତୀକୁ ଉଦ୍ଧାର କରିବାକୁ ଯାଇ ଓଲଟିଲା ଓଡ୍ରାଫ୍ ବୋଟ୍
ହାତୀକୁ ଉଦ୍ଧାର କରିବାକୁ ଯାଇ ଓଲଟିଲା ଓଡ୍ରାଫ୍ ବୋଟ୍

SHARE NOW :
ଭୁବନେଶ୍ୱର (ଦିଲିପ ସାହୁ/ ଲାଇଭ୍ ଓଡିଶା ନ୍ୟୁଜ୍ )ମହାନଦୀରେ ମଝିରେ ଫଶିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ବୋଟ ଓଲଟିଲା । ନଦୀର ପ୍ରଖର ସ୍ରୋତରେ ଭାରସାମ୍ୟ ହରାଇ ଓଲଟି ପଟିଲା ବୋଟ । ଫଳରେ ବୋଟରେ ଥିବା ଉଦ୍ଧାରକାରୀ ଦଳ ଏବେ ନଦୀ ଭିତରେ ଫଶିରହିଛନ୍ତି । ବୋଟରେ ୫ରୁ ୭ ଜଣ ରହିଥିବା ସୂଚନା ରହିଛି । ମୁଣ୍ଡଳୀ ନିକଟରେ ଏଭଳି ଅଘଟଣ ହୋଇଛି । ଫଶିଥିବା ଜବାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି
ଦୀର୍ଘ ସମୟ ଧରି ପାଣି ରହିବା କାରଣରୁ ହାତୀ ଶୁଣ୍ଢ ଧଳାପଡିବା ଦେଖାଗଲାଣି । ତେବେ କୂଳ ନିକଟକୁ ଆସି ପୁଣି କାହିଁକି ଫେରିଗଲା ହାତୀ । ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବ୍ରିଜ ଉପରେ ଠିଆ ହୋଇଥିବା ଏତେ ସାରା ଲୋକଙ୍କୁ ଦେଖି ଡରିଯାଇଥିବା ଅନୁମାନ କରାଯାଉଛି । ଉଦ୍ଧାର ପାଇଁ ବନବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଥିବା ବେଳେ ବୋଟ ଯୋଗେ ନଦୀକୁ ଯାଇଥିଲା ଓଡ୍ରାଫ୍ ଟିମ୍। ହେଲେ ହାତୀ ଉଦ୍ଧାର ଅପରେସନ ବେଳେ ବୋଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସେଥିରେ ଓଡ୍ରାଫ୍ ଟିମ୍ ମେମ୍ବରଙ୍କ ସମେତ ୨ ସାମ୍ବାଦିକ ପ୍ରତିନିଧି ମଧ୍ୟ ଥିଲେ। ସମସ୍ତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।
ସୂଚନାଯୋଗ୍ୟ, ଆଜି ଭୋରରୁ ମୁଣ୍ଡଳୀଠାରେ ମହାନଦୀରେ ଫସି ରହିଥିଲା ହାତୀଟି। ହାତୀକୁ କୂଳକୁ ଆଣିବାକୁ ବନ ବିଭାଗ ଅଧିକାରୀ, କର୍ମଚାରୀ ଓ ଓଡ୍ରାଫ ଟିମ୍ ଦୀର୍ଘ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଏପରିକି ହାତୀ ଶରୀରର ରଙ୍ଗ ପରିବର୍ତ୍ତନ ହେବାକୁ ଲାଗିଲାଣି। ଏବେ ହାତୀଟିକୁ କିପରି ଉଦ୍ଧାର କରାଯିବ ତାହା ବନ ବିଭାଗ ସମ୍ମୁଖରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।