୨୪ ଘଣ୍ଟାରେ ୬୯୫ଜଣ ଆକ୍ରାନ୍ତ ଚିହ୍ନଟ

SHARE NOW :
ଭୁବନେଶ୍ୱର (ଲାଇଭ୍ ଓଡିଶା ନ୍ୟୁଜ୍) ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩ ଜଣ ୧୮ ବର୍ଷରୁ କମ୍ ବର୍ଗର। ୬୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୧ ଜଣ କ୍ୱାରେଣ୍ଟାଇନ୍ରେ ଥିବାବେଳେ ବାକି ୨୯୪ଟି ଲୋକାଲ୍ କେସ୍ ରହିଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୦ ଜଣ ଅଛନ୍ତି। ଅନୁଗୋଳରୁ ୬ ଜଣ ,ବାଲେଶ୍ୱରରୁ ୩୦, ଭଦ୍ରକ ୧୩, ଦେବଗଡ଼ରୁ ଜଣେ, ଢେଙ୍କାନାଳ ୪, ଗଜପତି ୨, ଗଞ୍ଜାମ ୨, ଜଗତସିଂହପୁର ୨୫, ଯାଜପୁର ୩୯, ଝାରସୁଗୁଡ଼ା ୬, କଳାହାଣ୍ଡି ୨, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ା ୮, କେନ୍ଦୁଝରରୁ ଜଣେ, ମାଲକାନଗିରି ୪, ମୟୂରଭଞ୍ଜ ୧୮, ନବରଙ୍ଗପୁରରୁ ଜଣେ, ନୟାଗଡ଼ ୩, ପୁରୀ ୧୮, ରାୟଗଡ଼ା ୭, ସମ୍ବଲପୁର ୮, ସୋନପୁର ୨, ସୁନ୍ଦରଗଡ଼ ୫ ଓ ଷ୍ଟେଟପୁଲରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୬୨୧ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୦,୦୫,୫୬୪ଜଣ ସୁସ୍ଥ ହୋଇସାରିଛନ୍ତି। ୫,୮୭୬ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 17th September
— I & PR Department, Odisha (@IPR_Odisha) September 18, 2021
New Positive Cases: 695
Of which 0-18 years: 83
In quarantine: 401
Local contacts: 294
(Details of local contacts will be shared by concerned Dist Administration)
District Wise Cases:
1. Angul: 6
2. Balasore: 30
3. Bhadrak: 13
4. Cuttack: 90
22. Rayagada: 7
— I & PR Department, Odisha (@IPR_Odisha) September 18, 2021
23. Sambalpur: 8
24. Sonepur: 2
25. Sundargarh: 5
26. State Pool: 76
New recoveries: 719
Cumulative tested: 19193765
Positive: 1019621
Recovered: 1005564
Active cases: 5876