FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ୮ମାସ ରେ ଗଣିଲେଣି ୨୧କୋଟି

୮ମାସ ରେ ଗଣିଲେଣି ୨୧କୋଟି

୮ମାସ ରେ ଗଣିଲେଣି ୨୧କୋଟି
SHARE NOW :

ଭୁବନେଶ୍ୱର(ଲାଇଭଓଡିଶା ନ୍ୟୁଜ): ରାଜ୍ୟରେ କରୋନା କଟକଣା ସାମାନ୍ୟ କୋହଳ ହେବାପରେ ଟ୍ରାଫିକ୍ କଟକଣାକୁ କଡାକଡି କରିଦିଆଯାଇଛି । କୌଣସି ବ୍ୟକ୍ତି ନିୟମକୁ ଉଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟସରକାରଙ୍କ ତରଫରୁ ଜଣାଇଦିଆଯାଇଛି । କିନ୍ତୁ କିଛି ଅମାନିଆ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଉଛନ୍ତି।

ଚଳିତ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ଟୁଇନ ସିଟିରେ ୨୧ କୋଟି ୬୨ ଲକ୍ଷ ୯୯ ହଜାର ୧୦୦ ଟଙ୍କା ଫାଇନ ଆଦାୟ କରାଯାଇଛି। କେତେବେଳେ ବିନା ହେଲମେଟ୍ ପାଇଁ ପୁଣି କେତେବେଳେ ବିନା ମାସ୍କ ପାଇଁ ଏବଂ ସିଟ୍ ବେଲ୍ଟ ନ ବାନ୍ଧିବା ଇତ୍ୟାଦି କାରଣରୁ ଫାଇନ ଆଦାୟ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ୧୧ କୋଟି ୮୩ ଲକ୍ଷ ୬୫ ହଜାର ୭୦୦ ଟଙ୍କା ଫାଇନ ଆଦାୟ ହୋଇଥିବାବେଳେ ବିନା ହେଲମେଟଧାରୀଙ୍କଠାରୁ ୯ କୋଟି ୨୦ ଲକ୍ଷ ୯ ହଜାର ୩ ଶହ ଟଙ୍କା, ବିନା ସିଟ ବେଲ୍ଟରେ ଗାଡି ଚାଳନା କରୁଥିବା ଅଭିଯୋଗରେ ୫୬ ଲକ୍ଷ ୬ ହଜାର ୧୦୦ ଟଙ୍କା, ବିନା ମାସ୍କଧାରୀଙ୍କଠାରୁ ୩ ଲକ୍ଷ ୧୮ ହଜାର ଟଙ୍କା ଆଦାୟ କରାଯାଇଛି। ଏନେଇ ବିଧାନସଭାରେ ସୂଚନା ଦେଇଥିଲେ ଗୃହମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର। ସେ ଆଉ ମଧ୍ୟ କହିଛନ୍ତି,

“ପୋଲିସ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ କିଛି ଅମାନିଆ ତାହାକୁ ବେଖାତିର କରୁଛନ୍ତି। ଆଜି କାଲି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେବା ଏକ ସାଧାରଣ କଥା ହୋଇଗଲାଣି।”
ବିଗତ କିଛିବର୍ଷ ହେବ ଟ୍ରାଫିକ୍ ନିୟମକୁ କଡାକଡି କରାଯାଇଥିବାବେଳେ ରାଜ୍ୟସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । କିନ୍ତୁ କେତେକ ଅମାନିଆ ସରକାରଙ୍କ ଏହିସବୁ ନିୟମକୁ ବେଆଇନ ଭାବରେ ଉଲଘଂନ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Related Posts