FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ବିଧାୟକଙ୍କ ଘରୁ ମିଳିଲା ୧.୪୪କେଜି ସୁନା

ବିଧାୟକଙ୍କ ଘରୁ ମିଳିଲା ୧.୪୪କେଜି ସୁନା

ବିଧାୟକଙ୍କ ଘରୁ ମିଳିଲା ୧.୪୪କେଜି ସୁନା
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ରବିବାର ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ । ଦୀର୍ଘ ୨୩ଘଣ୍ଟାର ଚଢାଉ ଅପରେସନ ପରେ ପ୍ରଦୀପଙ୍କ ଘରୁ ମିଳିଛି ୧କିଲୋ ୪୪୦ଗ୍ରାମର ସୁନା ଓ ୨୪ଲକ୍ଷ ୨୫ହଜାର ଟଙ୍କାର ନେକଲେସ୍ ମଧ୍ୟ ଜବତ କରାଯାଇଛି । ଏହା ସହିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।


ପ୍ରଦୀପଙ୍କ ଘରୁ ମିଳିଥିବା ସମ୍ପତ୍ତିର ଦସ୍ତାବିଜକୁ ଭିଜିଲାନ୍ସର ଆର୍ଥିକ ବିଭାଗ ଯାଞ୍ଚ ଚଳାଇଛନ୍ତି । ସାଇବର ସେଲ୍ ଦ୍ବାରା ଇଲେକ୍ଟ୍ରୋନିକ ତଥ୍ୟର ମଧ୍ୟ ଯାଞ୍ଚ କରାଯାଉଛି। ଏ ନେଇ ଏକ ପ୍ରେସ ରିଲିଜ ଯୋଗେ ସୂଚନା ଦେଇଛି ଭିଜିଲାନ୍ସ ବିଭାଗ ।

Leave a Reply

Your email address will not be published. Required fields are marked *

Related Posts