FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଅଫଲାଇନ୍ ରେ ହେବ ଦଶମ ଦ୍ୱାଦଶ ବୋର୍ଡ ପରୀକ୍ଷା

ଅଫଲାଇନ୍ ରେ ହେବ ଦଶମ ଦ୍ୱାଦଶ ବୋର୍ଡ ପରୀକ୍ଷା

ଅଫଲାଇନ୍ ରେ ହେବ ଦଶମ ଦ୍ୱାଦଶ ବୋର୍ଡ ପରୀକ୍ଷା
SHARE NOW :

(ଲାଇଭଓଡିଶା ବ୍ୟୁରୋ):ଆସିଲା ସୁପ୍ରିମକୋର୍ଟର ନିର୍ଦ୍ଦେଶ ।ଅଫଲାଇନ୍ରେ ହବେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରିକ୍ଷା । ଅନ୍‌ଲାଇନ୍ ପରୀକ୍ଷା କରିବା ନେଇ ଛାତ୍ରଛାତ୍ରୀଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ନଭେମ୍ବର ୧୬ରୁ ସିବିଏସଇ ଟର୍ମ-ଓ୍ବାନ୍ ପରୀକ୍ଷା ଆରମ୍ଭ ହୋଇଛି । ତେଣୁ ଏହି ସମୟରେ କୌଣସି ହସ୍ତକ୍ଷେପ ପୂରା ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ । ସେହିପରି ନଭେମ୍ବର ୨୨ ତାରିଖରୁ ଆଇସିଏସଇ ଟର୍ମ ପରୀକ୍ଷା ଆରମ୍ଭ ହେବାକୁ ଅଛି । କରୋନା କଟକଣାରେ ଧାର‌୍ୟ୍ୟ ତାରିଖରେ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କରୋନା କଟକଣାକୁ ନଜରରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ସିବିଏସଇ ପକ୍ଷରୁ ତଥ୍ୟ ରଖିଛନ୍ତି ତୁଷାର ମେହଟ୍ଟା । ସାମାଜିକ ଦୂରତା ରକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ୬ ହଜାର ୫ ଶହରୁ ବଢାଇ ୧୫ ହଜାର କରାଯାଇଛି । ସେହିପରି ପରୀକ୍ଷା ସମୟ ୩ ଘଣ୍ଟାରୁ କମାଇ ଦେଢ ଘଣ୍ଟା କରାଯାଇଛି । ୩୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାରୁ ଏବେ ପରୀକ୍ଷାର ମୋଡ୍ ବଦଳାଇବା କଷ୍ଟକର ହେବ ବୋଲି କହିଛନ୍ତି ତୁଷାର ।

Leave a Reply

Your email address will not be published. Required fields are marked *

Related Posts