FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ନିଟ୍ କ୍ୱାଲିଫାଏ କଲେ କିସ୍‌ର ୧୧ ଛାତ୍ର ଛାତ୍ରୀ

ନିଟ୍ କ୍ୱାଲିଫାଏ କଲେ କିସ୍‌ର ୧୧ ଛାତ୍ର ଛାତ୍ରୀ

ନିଟ୍ କ୍ୱାଲିଫାଏ କଲେ କିସ୍‌ର ୧୧ ଛାତ୍ର ଛାତ୍ରୀ
SHARE NOW :

ଭୁବନେଶ୍ୱର(ଲାଇଭଓଡିଶା) : କିସ୍‌ର ୧୧ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ କ୍ୱାଲିଫାଏ କରି ବିଭିନ୍ନ ମେଡିକାଲ କଲେଜରେ ଏମ୍ବିବିଏସ୍ରେ ନାମଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଏକାଥରକେ ନିଟ୍ କ୍ୱାଲିଫାଏ କରିବା କିସ୍ ଇତିହାସରେ ପ୍ରଥମ । ଏମାନଙ୍କ ମଧ୍ୟରୁ ୫ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସେମାନଙ୍କ ର‌୍ୟାଙ୍କ୍ ଅନୁସାରେ ବିଭିନ୍ନ ସରକାରୀ ମେଡିକାଲ୍ କଲେଜରେ ନାମ ଲେଖାଇବା ପାଇଁ ଯୋଗ୍ୟତା ଅର୍ଜ୍ମନ କରିଥିବାବେଳେ ଅନ୍ୟମାନେ କିପରି କିମସ୍ ସମେତ ଅନ୍ୟାନ୍ୟ ଘରୋଇ ମେଡିକାଲ କଲେଜରେ ନାମ ଲେଖାଇ ପାରିବେ ସେଥିପାଇଁ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ୟମ କରୁଛନ୍ତି । କିସ୍‌ର ଛାତ୍ର ପିଟର ମୁଣ୍ଡା, ଧରଣୀଧର ବରିହାଁ, ଲକ୍ଷ୍ମୀକାନ୍ତ ଭୁଏ, ଦିଲି ଟେଟେ, ସରୋଜ କୁମାର ଦେହୁରୀ, ବୃନ୍ଦାବନ ମାଝୀ, ସହଦେବ ମାଝୀ, ସମୀର କୁମାର ନାଏକ, ଛାତ୍ରୀ ଖ୍ରିଷ୍ଟିନା ପ୍ରଧାନ, ସେବତୀ ଟୁଡୁ ଏବଂ ନମ୍ରତା ହାଁସଦା ନିଟ୍ କ୍ୱାଲିଫାଏ କରିଛନ୍ତି । କିସ୍‌ର ପାଠପଢି଼ ସେମାନଙ୍କ ପିଲାମାନେ ନିଟ୍ କ୍ୱାଲିଫାଏ କରି ବିଭିନ୍ନ ସରକାରୀ ମେଡିକାଲ୍ କଲେଜରେ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇ ପାରୁଥିବାରୁ ଜନଜାତି ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । କରୋନା କାଳ ମଧ୍ୟରେ ଛାତ୍ରଛାତ୍ରୀମାନେ କିପରି ନିଟ୍ ରେ ସଫଳତା ହାସଲ କରିବେ ସେଥିପାଇଁ କିସ୍ ପକ୍ଷରୁ ସେମାନଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ପରାମର୍ଶ ପ୍ରଦାନ କରିଆସୁଥିଲେ । ଏହି ସଫଳତାରେ ଖୁସିବ୍ୟକ୍ତ କରି ଶ୍ରୀ ସାମନ୍ତ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, କିସ୍‌ରେ ଉତ୍ତମ ବାତାବରଣ ଓ ପିଲାମାନଙ୍କ ଉପଯୁକ୍ତ ଯତ୍ନ ଯୋଗୁଁ କ୍ସ୍ ଅନେକ ଛାତ୍ରଛାତ୍ରୀ ବିଭିନ୍ନ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଓ ସରକାରୀ ଏବଂ ଘରୋଇ ନିଯୁକ୍ତି ପାଇପାରୁଛନ୍ତି । ନିକଟରେ କିସ୍ର ୪ଜଣ ଛାତ୍ର ସବ୍‌ଇନ୍ସପେକ୍ଟର ଚାକିରି ପାଇପାରିଥିବା ବେଳେ ଅନେକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ କ୍ୱାଲିଫାଏ କରି ବିଭିନ୍ନ ଆଇଆଇଟି,ଏନ୍ଆଇଟି ଭଳି ସର୍ବଭାରତୀୟ ସମ୍ମାନଜନକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଅଛନ୍ତି ।

Leave a Reply

Your email address will not be published. Required fields are marked *

Related Posts