FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ନକଲି ସୁନାରେ ଲୁଟିନେଲେ ୧୯ ଲକ୍ଷ

ନକଲି ସୁନାରେ ଲୁଟିନେଲେ ୧୯ ଲକ୍ଷ

ନକଲି ସୁନାରେ ଲୁଟିନେଲେ ୧୯ ଲକ୍ଷ
SHARE NOW :


ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ଠକ ତ ଠକ ସେ ପୁଣି ବିଖ୍ୟାତ ଠକ । ଏମିତି ଠକ ଯାହାଙ୍କ ବିଷୟରେ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ଠକ ମାନଙ୍କର ଠକାମୀ ବିଷୟରେ ଶୁଣିଥିବେ । କିଏ କାହାକୁ ପଇସାରେ ଠକିଥାଏ ତ କିଏ କାହାକୁ ବ୍ୟବସାୟରେ । କିନ୍ତୁ ଆଜି ଆମେ ମାନେ ଆପଣଙ୍କୁ ଏମିତ ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ବ୍ୟାଙ୍କରେ ସୁନାଗହଣା ରଖିବାକୁ ଡରିବେ । ଏମତି ଲୁଟେରା ଯିଏ ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟ ଲଗାଇଲେ ଚୁନା । ଛୁରୀକି ବନ୍ଧୁକ ଦେଖାଇ ନୁହେଁ ବରଂ ନକଲି ସୁନା ବନ୍ଧକ ରଖି ଉଠାଇଥିଲେ ଲୋନ୍ । ବ୍ୟକ୍ତିଜଣକ ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ନକଲି ସୁନା ରଖି ପଇସା ଆଣିଥିଲେ ମଧ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ଏହାର ଆଭାଶ ମିଳିନଥିଲା । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ସହରରେ । ଜଣେ ଠକ ୟୁକୋ ବ୍ୟାଙ୍କରୁ ଚଂଚକତା କରି ୧୯ ଲକ୍ଷ ଟଂକା ନେଇ ଯାଇଥିବା ପରି ଏକ ଘଟଣା ସାମ୍ନାକୁ ଆସିଛି । ବ୍ୟକ୍ତି ନକଲି ସୁନା ବନ୍ଧକ ରଖି ୧୯ ଲକ୍ଷ ଟଂକା ନେଇ ଦୀର୍ଘ ଦିନ ପର‌୍ୟ୍ୟନ୍ତ ଆଉ ଋଣ ସୁଝି ନ ଥିଲେ ।ତେବେ ବ୍ୟାଙ୍କ ଅଡିଟ ସମୟରେ ସୁନା ଋଣ ସବୁ ସମୀକ୍ଷା କରିବା ବେଳକୁ ଏହି ଘଟଣା ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି ।ଏହି ଘଟଣାରେ ବିନିକା ବ୍ଳକ ଅଂଚଳର ଚାରିଜଣ ଯୁବକ ସଂପୃକ୍ତ ଥିବା ବ୍ୟାଙ୍କ ମେନେଜର ଜାଣିବାକୁ ପାଇଛନ୍ତି ।ଏହି ଘଟଣାରେ ବରଗଡ ଜିଲ୍ଲାର ଦୁଇ ଜଣ ଯୁବକ ବି ସଂପୃକ୍ତ ଥିବା ଜଣା ପଡିଛି ।ତେବେ ନକଲି ସୁନା ବନ୍ଧକ ରଖି ୧୯ ଲକ୍ଷ ଟଂକା ଋଣ ନେଇ ଦୀର୍ଘ ଦୁଇ ବର୍ଷ ପର‌୍ୟ୍ୟନ୍ତ ଯୁବକମାନେ ଟଂକା ଫେରାଇ ନ ଥିଲେ କି ଋଣ ଟଂକାର ସୁଧ ଦେଇ ନ ଥିଲେ ।ଫଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଋଣ ମାମଲାରେ କିଛି ଭୂଲ ରହିଥିବା ଅନୁମାନ କରୁଥିଲେ ।ତେବେ ସୁନା ଋଣ ସମୀକ୍ଷା ପରେ ସଂପୂର୍ଣ୍ଣ ଘଟଣା ଜଣା ପଡିଥିଲା ।ବ୍ୟାଙ୍କ ମେନେଜର ଏ ସଂପର୍କରେ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।ସୋନପୁର ପୋଲିସ ଏହି ଘଟଣାକୁ ଗମ୍ଭିରତାର ସହ ନେଇ ଅନୁସଂଧାନ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Related Posts