FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଓଡ଼ିଶା କାଶ୍ମୀର ଦାରିଙ୍ଗବାଡ଼ି ରେ ପ୍ରଥମ ତୁଷାରପାତ

ଓଡ଼ିଶା କାଶ୍ମୀର ଦାରିଙ୍ଗବାଡ଼ି ରେ ପ୍ରଥମ ତୁଷାରପାତ

ଓଡ଼ିଶା କାଶ୍ମୀର ଦାରିଙ୍ଗବାଡ଼ି ରେ ପ୍ରଥମ ତୁଷାରପାତ
SHARE NOW :

କନ୍ଧମାଳ (ଲାଇଭ ଓଡିଶା ନ୍ୟୁଜ): ଶୀତରେ ଥରୁଛି ସାରା ଓଡିଶା । ଓଡିଶାର କାଶ୍ମୀର ତଥା ଭୂସ୍ବର୍ଗ କୁହାଯାଉଥିବା ଦାରିଙ୍ଗବାଡ଼ିରେ ଚଳିତ ଋତୁର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି । ଦାରିଙ୍ଗବାଡ଼ି ସମେତ ଆଭ୍ୟନ୍ତରୀଣ ଅଂଚଳରେ ତୁଷାରପାତ ପଡ଼ିଥିବା ଦେଖିବାକୁ ମିଳିଛି । ରବିବାର ଦିନ ୮.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ସୋମବାର ଦିନ ୪.୫ ଡିଗ୍ରୀ ସେଲସିଅସ ତାପମାତ୍ରା ହ୍ରାସ ପାଇ ୪ ଡିଗ୍ରୀ ସେଲସିଅସରେ ପହଂଚିଛି ତାପମାତ୍ରା । ଯାହାକି ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ କରାଯାଇଛି । ଆଜି ଦାରିଙ୍ଗବାଡ଼ି ର ବିଭିନ୍ନ ସ୍ଥାନରେ ତୁଷାରପାତ ହେବା ଫଳରେ ତୁଷାରପାତ ଦେଖିବାକୁ ସ୍ଥାନୀୟ ବାସୀନ୍ଦାଙ୍କ ସହ ପର୍ଯ୍ୟଟକ ଙ୍କ ମଧ୍ୟ ଭିଡ ଦେଖିବାକୁ ମିଳିଛି । ଏଭଳିକି ତୁଷାରପାତ ପର୍ଯ୍ୟଟକ ଙ୍କ ମନରେ ଖୁସି ଆଣିଦେଇଛି । ତୁଷାରପାତ ଯୋଗୁଁ ଦାରିଙ୍ଗୀବାଡିରେ ଶୀତର ମାତ୍ରା ବୃଦ୍ଧି ପାଇଛି । ଘରୁ ବାହାରିବା କଷ୍ଟ ସାଧ୍ୟ ହୋଇପଡୁଛି ସକାଳୁ ସକାଳୁ ତୁଷାରପାତକୁ ଦେଖିବାକୁ ଆସିଥିବା ସ୍ଥାନୀୟ ଲୋକେ ନିଆଁ ଓ ଗରମ ଚାହାର ମଜା ନେଉଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Related Posts