FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ପ୍ରକାଶ ପାଇବ ଯୁକ୍ତ ୨ ଫଳାଫଳ

ପ୍ରକାଶ ପାଇବ ଯୁକ୍ତ ୨ ଫଳାଫଳ

ପ୍ରକାଶ ପାଇବ ଯୁକ୍ତ ୨ ଫଳାଫଳ
SHARE NOW :

(ଲାଇଭଓଡିଶା ବ୍ୟୁରୋ) : ଆଜି ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ । ଅଫଲାଇନ୍‌ରେ ହୋଇଥିବା ଏହି ପରୀକ୍ଷା ଫଳ ବାହାରିବା ନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।ଏହି ପରୀକ୍ଷାଫଳ ଉଚ୍ଚ ଶୀକ୍ଷା ପରିଷଦର ୱେବସାଇଟ୍ www.orissaresults .nic .in ରେ ପ୍ରକାଶ ପାଇବ ରେଜଲ୍ଟ । ଆଜି ସଂନ୍ଧ୍ୟାରେ ଏହି ରେଜଲ୍ଟ ବାହାରିବା ନେଇ ସୂଚନା । । ପୂର୍ବ ପରୀକ୍ଷାର ମାର୍କ ମୁତାବକ ଫଳ ପ୍ରକାଶ ପାଇଥିଲା । ଗୋଟେପଟେ ଚଳିତବର୍ଷ ଯୁକ୍ତ ଦୁଇଦରେ ଭଲ ରେଜଲ୍ଟ ହୋଇଥିବାବେଳେ ଅନ୍ୟପଟେ କିଛି ଛାତ୍ରଛାତ୍ରୀ ରେଜଲ୍ଟକୁ ନେଇ ନାଖୁସ ରହିଥିଲେ ।
ଉଚ୍ଚ ଶିକ୍ଷା ବିଭାଗର ସୂଚନା ରହିଥିଲା, ଯେଉଁମାନେ ମାର୍କରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ ପରୀକ୍ଷା ଦେଇପାରିବେ । ତେଣୁ ଏଥିପାଇଁ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆବେଦନ ପତ୍ର ଭରିଥିଲେ । ଅକ୍ଟୋବର ୧ ରୁ ୧୧ ତାରିଖ ଯାଏଁ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ହୋଇଥିବା ରାଜ୍ୟର ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ । ତେବେ ଆଜି ସଂନ୍ଧ୍ୟାରେ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Related Posts