FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ପ୍ରକାଶ ପାଇଲା ଯୁକ୍ତ ୨ ଫଳାଫଳ

ପ୍ରକାଶ ପାଇଲା ଯୁକ୍ତ ୨ ଫଳାଫଳ

ପ୍ରକାଶ ପାଇଲା ଯୁକ୍ତ ୨ ଫଳାଫଳ
SHARE NOW :

ଓଡିଶା (ଲାଇଭଓଡିଶା ବ୍ୟୁରୋ):ରାଜ୍ୟରେ ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ଫଳ।ସଂପୁର୍ଣ୍ଣ ପାସ ହାର ୬୮.୬୬%। ତେବେ କଳାରେ ୬ ହଜାର ୩୧୦ ଜଣ ପାସ କରିଥିବା ବେଳେ, ପାସ୍ ହାର ରହିଛି ୭୦.୬୨ ପ୍ରତିଶତଏବଂ ବାଣିଜ୍ୟରେ ୪୨୨ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ, ପାସ୍ ହାର ରହିଛି ୬୮.୬୧ ପ୍ରତିଶତ। ବିଜ୍ଞାନରେ ୧୫୦୧ ଜଣ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଥିବା ବେଳେ, ପାସ୍ ହାର ରହିଛି ୬୪.୩୯ ପ୍ରତିଶତ। ସେହିପରି ଧନ୍ଦାମୂଳକରେ ୨୨୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ, ପାସ୍ ହାର ରହିଛି ୫୧.୫୯ ପ୍ରତିଶତ।
କଳାରେ ୩ ହଜାର ୫୮୬ ଜଣ ଛାତ୍ର ପାସ କରିଥିବା ବେଳେ, ୨ ହଜାର ୭୨୪ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟରେ ୨୮୮ ଜଣ ଛାତ୍ର ପାସ୍ କରିଥିବା ବେଳେ, ୨୦୩ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ବିଜ୍ଞାନରେ ୯୨୮ ଜଣ ଛାତ୍ର ପାସ୍ କରିଥିବା ବେଳେ, ୫୭୩ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଧନ୍ଦାମୂଳକରେ ୧୩୪ ଜଣ ଛାତ୍ର ପାସ୍ ହୋଇଥିବା ବେଳେ, ୯୩ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯୁକ୍ତ ୨ ରେ ମୋଟ ୧୨ ହଜାର ୩୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ, ପାସ୍ ହୋଇଚନ୍ତି ୮ ହଜାର ୪୬୦ ଜଣ ଛାତ୍ରଛାତ୍ରୀ www.orissaresult.nic.in ରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। ଗତ ଅକ୍ଟୋବର ୧ରୁ ୧୧ ତାରିଖ ଯାଏ ଅଫଲାଇନ ପରୀକ୍ଷା ଦେଇଥିଲେ ଛାତ୍ର ଛତ୍ରୀ ।

Leave a Reply

Your email address will not be published. Required fields are marked *

Related Posts