FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜାଲ୍ ପ୍ରମାଣ ପତ୍ର ଦେଇଥିବା ୨୮ ଛାତ୍ରଛାତ୍ରୀଙ୍କ ନାମ ଲେଖା ବାତିଲ

ଜାଲ୍ ପ୍ରମାଣ ପତ୍ର ଦେଇଥିବା ୨୮ ଛାତ୍ରଛାତ୍ରୀଙ୍କ ନାମ ଲେଖା ବାତିଲ

ଜାଲ୍ ପ୍ରମାଣ ପତ୍ର ଦେଇଥିବା ୨୮ ଛାତ୍ରଛାତ୍ରୀଙ୍କ ନାମ ଲେଖା ବାତିଲ
SHARE NOW :

ଭୁବନେଶ୍ୱର(ଲାଇଭ୍ ଓଡିଶା ): ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାଲ ପ୍ରମାଣପତ୍ର ଦେଇ ଆଡମିଶନ ଚାଲିଥିବା ବେଳେ ଜାଲ ଦିବ୍ୟାଙ୍କ ପ୍ରମାଣ ଦେଇନାମ ଲେଖାଇଥିବା ୨୮ ଜଣ ଛାତ୍ରଛାତ୍ରୀ ନାମ ଲେଖାକୁ ବାତିଲ କରିଛି ଉଚ୍ଚ ଶିକ୍ଷା ବିଭାଗ । ଏନେଇ ବିଭାଗ ତରଫରୁ ମଙ୍କଳବାର ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସମ୍ପୃକ୍ତ ଛାତ୍ରଛାତ୍ରୀ ନାମଲେଖାକୁ ବାତିଲ ପାଇଁ ବିଭାଗ ଉଚ୍ଚ ନିର୍ଦ୍ଦେଶକ ଓକାକ୍ ସାଧାରଣ ପ୍ରବନ୍ଦକଙ୍କୁ ଚିଠି ଲେଖିଛନ୍ତି ।
୨୦୧୯-୨୦ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ବେଳେ କଳା ବିଭାଗ ଦୁଇ ଛାତ୍ରଙ୍କ ନାମକୁ ବାତିଲ କରାଯାଇଛି । ୨୦୨୦-୨୧ ବଷ ର୍ର କଳା ଓ ବିଜ୍ଞାନ ବିଭାଗର ୯ ଜଣ ଛାତ୍ରଛାତ୍ରୀ ଆଡମିଶନକୁ ବାତିଲ କରାଯାଇଛି ।
ଏହା ସହିତ ଚଳିତ ଶିକ୍ଷ୍ୟା ବର୍ଷରେ ନାମ ଲେଖାଇଥିବା ୧୭ଜଣ କଳା, ବାଣିଜ୍ୟ ଓ ବିଜ୍ଞାନ, ବିଭାଗର ଛାତ୍ରଛାତୀଙ୍କ ନାମଲେଖା ବାତିଲ କରିଛି ଉଚ୍ଚ ଶିକ୍ଷା ବିଭାଗ । ଜାଲ ଦିବ୍ୟାଙ୍କ ପ୍ରମାଣ ପତ୍ର ଦେଇ ନାମ ଲେଖାଇଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ମଧ୍ୟ ବିଭାଗ ଓକାକ୍‌କୁ ପଠାଯାଇଛି । ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ବିଭାଗ ଭଦ୍ରକ ମହାବିଦ୍ୟାଳୟ ଅଧକ୍ଷଙ୍କୁ ଅବଗତ କରିଛି ।

Leave a Reply

Your email address will not be published. Required fields are marked *

Related Posts