ଟ୍ରେନ ଧକ୍କାରେ ଚାଲିଗଲା ତିନି ଜୀବନ

SHARE NOW :
ସୁବର୍ଣ୍ଣପୁର (ଲାଇଭ ଓଡିଶା ନ୍ୟୁଜ୍) : ମୋବାଇଲରେ ଗେମ ଖେଳିବା ସାଜିଲା କାଳ । ଟ୍ରେନ ଧକ୍କାରେ ଚାଲିଗଲା ତିନି ଜୀବନ । କାନରେ ଥିଲା ହେଡ ଫୋନ ଆଉ ଖେଳରେ ମଜିଯାଇଥିଲେ ତିନି ଯୁବକ । କିନ୍ତୁ ଭୁଲିଯାଇଥିଲେ ସେ ରେଲୱେ ଟ୍ରାକରେ ବସି ମୋବାଇଲ ନୁହଁ, ଜାବନ ସହ ଗେମ ଖେଳୁଛନ୍ତି । ସୂଚନା ଅନୁସାରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁର ତିନି ଜଣ ସାଙ୍ଗ ସାନ ନୂଆପାଲି ରେଲୱେ କ୍ରସିଂ ନିକଟରେ କାନରେ ହେଡ଼ ଫୋନ ଲଗାଇ ରେଲୱେ ଟ୍ରାକ ଉପରେ ୠକ୍ସରର ୠସକ୍ସର ଗେମ ଖେଳୁଥିଲେ ହେଲେ ହଠାତ୍ ଟ୍ରେନ ମାଡିଆସିଥିଲା । ଏବଂ ତିନି ସାଙ୍ଗଙ୍କୁ ପଛ ପଟରୁ ଟ୍ରେନ ଧକ୍କା ଦେଇଥିବାରୁ ତାଙ୍କ ମୃତ୍ୟୁ ହୋଇଥିଲା ଓମୃତ ଯୁବକ ମାନେ ହେଲେ ଗଗନ ସେଠ,ଆଦିତ୍ୟ ବିଶ୍ୱାଳ ଓ ସାନ ସେଠ ବୋଲି ଜଣାପଡିଛି ଓ ପରିବାର ଲୋକେ ତରବରିଆ ଭାବେ ଏମାନଙ୍କ ଶବକୁ ବିଳମ୍ବିତ ରାତିରେ ପୋଡି ଦେଇଥିବା ବେଳେ ଏନେଇ ବଲାଙ୍ଗୀର ଜିଆରପି ପୋଲିସ ଓ ଡୁଙ୍ଗୁରିପାଲି ପୋଲିସ ପାଖରେ କୌଣସି ଖବର ନାହିଁ ।