FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ମାଲକାନଗିରି : ପୋଲିସ ଗୁଳିରେ ୩ ନକ୍ସଲ ନିହତ

ମାଲକାନଗିରି : ପୋଲିସ ଗୁଳିରେ ୩ ନକ୍ସଲ ନିହତ

ମାଲକାନଗିରି : ପୋଲିସ ଗୁଳିରେ ୩ ନକ୍ସଲ ନିହତ
SHARE NOW :

ମାଲକାନଗିରି(ଲାଇଭ ଓଡିଶା ନ୍ୟୁଜ) : ମାଲକାନଗିରି ପୋଲିସକୁ ମିଳିଛି ବଡ ସଫଳତା । ମାମାଲି ଥାନା ତୁଳସି ପାହାଡ ଠାରେ ସାମ୍ନା ସାମ୍ନୀ ହୋଇଛନ୍ତି ପୋଲିସ ସୁରକ୍ଷାକର୍ମୀ ଓ ମାଓବାଦୀ । ବହୁ ସମୟ ଧରି ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ୩ନକ୍ସଲଙ୍କ ମଧ୍ୟରେ ୨ଜଣ ମହିଳା ଥିବା ଜଣାପଡିଛି । ଘଟଣା ସ୍ଥଳରୁ ୨ଟି ବନ୍ଧୁକ ଜବତ କରାଯାଇଛି ।ଏନେଇ ସୂଚନା ଦେଇଛନ୍ତି ଡିଜିପି ଅଭୟ ।


ସୂଚନା ଅନୁଯାୟୀ, ତୁଳସୀ ପାହାଡ଼ରେ ପ୍ରାୟ ୩୦ରୁ ୪୦ ନକ୍ସଲ ଥିବା ବେଳେ ସେମାନଙ୍କ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ କ୍ୟାଡର ନକ୍ସଲ ଥିଲେ। ଆଜି ପୁଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହା ସହିତ ପୁଲିସ୍ ଆଖପାଖ ଗ୍ରାମବାସୀଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା ଚଲାଇଛି।

Leave a Reply

Your email address will not be published. Required fields are marked *

Related Posts