FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଓଡିଶାରେ ୪ କୋଟି ଟପିଲା ଟୀକାକରଣ

ଓଡିଶାରେ ୪ କୋଟି ଟପିଲା ଟୀକାକରଣ

ଓଡିଶାରେ ୪ କୋଟି ଟପିଲା ଟୀକାକରଣ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ୍‌) : ପୁରା ବିଶ୍ୱରେ ଜାରି ରହିଛି ଟୀକାକରଣ ଅଭିଯାନ । କରୋନାରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ହେବା ପାଇଁ ସରକାରଙ୍କ ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରତି ରାଜ୍ୟରେ ଶତ ପ୍ରତିଶତ ଟୀକାକରଣ ପାଇଁ ରାଜ୍ୟ ସରକାରମାନେ ଶପଥ ନେଇଛନ୍ତି ।
ଏସବୁ ଭିତରେ ଆଗରେ ଅଛି ଓଡିଶା । ଆଡି ଓଡିଶା କରୋନା ଟୀକାକରଣ କ୍ଷେତ୍ରରେ ଆଉ ଗୋଟେ ପାଦ ଆଗକୁ ବଢାଇଛି । ୪ କୋଟି ଡୋଜ୍ ଟୀକାକରଣ ଅତିକ୍ରମ କରିଛି ରାଜ୍ୟରେ କୋଭିଡ୍ ଟୀକାକରଣ ଅଭିଯାନ ।
ଆଜି ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଓଡ଼ିଶାର ଏହି ମାଇଲଖୁଣ୍ଟ ପାଇଁ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।
ବର୍ତ୍ତମାନ କରେନା ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ ଧିରେ ଧିରେ କମି ଆସୁଛି । ମାତ୍ର ତୃତୀୟ ଲହର ଭୟ ଯୋଗୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏନେଇ ରାଜ୍ୟରେ ଟୀକାକରଣକୁ ତ୍ୱରାନ୍ୱିତ କରିଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *

Related Posts